BREAKING
Loading...
:

ନକଲି ପୋଲିସ ସାଜି ଟଙ୍କା ଠକେଇ ଓ ଲୁଟ ମାମଲା ରେ ଜଡିତ ଅଭିଯୁକ୍ତ ଗିରଫ

 *ନକଲି ପୋଲିସ ସାଜି ଟଙ୍କା ଠକେଇ ଓ ଲୁଟ ମାମଲା ରେ ଜଡିତ  ଅଭିଯୁକ୍ତ ଗିରଫ*  ।

ବଲାଙ୍ଗୀର/ଟିଟିଲାଗଡ଼ (ମଣିଭଦ୍ରା ଖବର) ପୋଲିସ ଡ୍ରେସ୍ ପିନ୍ଧି ନିଜକୁ ପୋଲିସ କହି ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି* । *ଟିଟିଲାଗଡ଼ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା କୁ ନିଜର ଜଣେ ସମ୍ପର୍କୀୟ ଙ୍କ ଚିକିତ୍ସା କରିବା ନିମନ୍ତେ କେସିଙ୍ଗା ପାଖର ପ୍ରଦିପ କୁମାର ନାମକ ଜଣେ ବ୍ୟକ୍ତି ଆସିଥିଲେ* । *ରବିବାର ଦିନ ଦ୍ୱିପହର ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ  ସମୟରେ ସେ ନିକଟସ୍ତ ମହାରାଜ ସାଗର ପୋଖରୀ କୁ ଯାଇଥିଲେ* । *ଉକ୍ତ ସମୟ ରେ ଜଣେ ଅଜଣା  ବ୍ୟକ୍ତି ପ୍ରଦୀପ ଙ୍କୁ ଅଟକାଇ ନିଜକୁ ପୋଲିସ କହି ତାଙ୍କ ଠାରୁ ଟଙ୍କା ମାଗିଥିଲେ । ପ୍ରଦୀପଙ୍କ ପାଖରେ ଟଙ୍କା ନ ଥିବାରୁ ଫୋନ ପେ ଜରିଆରେ ୭୦୦ ଟଙ୍କା ଏକ ନମ୍ବରକୁ ପଠାଇବା କୁ କହି ଥିଲା* ।  *ମୋବାଇଲ ଫୋନ ରେ ଟଙ୍କା ପଠେଇବା ପରେ ଉକ୍ତ  ମୋବାଇଲ କୁ ଏକ ଧାରୁଆ ଛୁରୀ ଦେଖାଇ ଉକ୍ତ ମୋବାଇଲ ଲୁଟି ନେଇ ଚମ୍ପଟ ମାରିଥିଲା । ଏ ନେଇ  ଘଟଣା ଘଟିବା ପରେ ତୁରନ୍ତ ଟିଟିଲାଗଡ଼ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ  ପ୍ରଦୀପ*  ।



    *ଏହି ଖବର ପାଇ ଥାନାଧିକାରୀ କଲ୍ୟାଣୀ ବେହେରା ଏସ ଆଇ ହୀରା ଖାଲକୋ, ଏ ଏସ ଆଇ କାର୍ତ୍ତିକ ପ୍ରଧାନ, କପୁର ଚନ୍ଦ ପଧାନ, ହୋମ ଗାର୍ଡ ବୀଭିସନ୍ ସାହୁ ଓ ଅନ୍ୟ ପୋଲିସ ଟିମ ଘଟଣା ସ୍ଥଳ କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ* ।   *ସହର ରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଖଜୁର ପଡ଼ା ଗ୍ରାମ ର ମୁକୁନ୍ଦ ବାଗ ନାମକ ଜଣେ ପୂର୍ବରୁ ବିଭିନ୍ନ ପ୍ରକାର ମାମଲା ଥିବା ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅଧିକ ତଦନ୍ତ କରିବା ସହ ତା ନାମରେ ପୂର୍ବରୁ ଅନେକ ଏଭଳି ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି* ।  *ଚୋରିରେ ବ୍ୟବହୃତ ହୋଇଥିବା ପୋଲିସ ଡ୍ରେସ, ଛୁରୀ, ଗୋଟିଏ ଓପୋ ମୋବାଇଲ, ସହ ନମ୍ବର ବିହୀନ ହୋଣ୍ଡା ଏକଟିଭା ସ୍କୁଟି ଜବତ କରିବା ଏକ ପ୍ରେସ ବିବୃତି ରେ ସୂଚନା ଦିଆଯାଇଛି* ।  *ଆଜି ସୋମବାର ଅପରାହ୍ନରେ ଟିଟିଲାଗଡ଼ ଥାନାରେ ଏସଡିପୀଓ ଯଶୋବନ୍ତ ନାରାୟଣ ପ୍ରଧାନି ଓ ଥାନାଧିକାରୀ କଲ୍ୟାଣୀ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ପ୍ରଦାନ କରି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ନେଇ ସୂଚନା ଦେଇଛନ୍ତି*।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS