*ସକାଳେ ଖରା, ଅପରାହ୍ଣରେ ବର୍ଷା : କାଳବୈଶାଖୀ ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ*
ଭୁବନେଶ୍ଵର (ମଣିଭଦ୍ରା ଖବର) ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ପଶ୍ଚିମଓଡ଼ିଶାରେ ହେଉଛି ନିଆଁ ବର୍ଷା । ଉପକୂଳରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ମଧ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଳବୈଶାଖୀ ବର୍ଷା ପାଇଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଟାଣ ଖରା ଅନୁଭୂତ ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୌଦ୍ଧରେ ଆଜି ୪୧ ଡିଗ୍ରୀ ଛୁଇଁପାରେ ପାରଦ । ସେହିପରି ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ତାତି ଅନୁଭୂତ ହୋଇପାରେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق