BREAKING
Loading...
:

୨୨୦ କୋଟି ଟଙ୍କାର ବିଜୁଳି ଘୋଟଲା ।

 ୨୨୦ କୋଟି  ଟଙ୍କାର  ବିଜୁଳି  ଘୋଟଲା । 

 ସି ବି.ଆଇ. କିମ୍ବା ଭିଜିଲାସନ୍ସ ହାତରେ ଧରା ପଡିବା ପୂର୍ବରୁ ସେସୁ ୪ ଟି ଘରୋଇ  ବିଦ୍ୟୁତ ବିତରଣ କମ୍ପାନୀ ସହିତ ୫ ବର୍ଷ ପାଇଁ କରିଥିବା ଚୁକ୍ତିକୁ ୧ ବର୍ଷ ପରେ ହଠାତ ବାତିଲ କରି ଦେଇଥିଲା। ଏଥି ପାଇଁ ୨୨୦ କୋଟି ଟଙ୍କାର କ୍ଷତି ହୋଇଥିଲା। ପରେ ପରେ ଓଡ଼ିଶାରେ ଟାଟା ପାୱାର କମ୍ପାନୀ ବିଦ୍ୟୁତ ବିତରଣ ସେବା ଯୋଗାଉଛି । କିନ୍ତୁ ଏବେ ଏହି ଟାଟା ପାୱାର କମ୍ପାନୀର କର୍ମଚାରୀମାନେ ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ହଇରାଣ ହରକତ କରୁଥିବାରୁ ଲୋକମାନେ ଭୀଷଣ ଗ୍ରୀଷ୍ମ ପ୍ରବାହ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ଏହି କର୍ମଚାରୀମାନେ ସବୁ ସୀମା ଟପି ଯାଇ ଜାଣିଶୁଣି କୌଣସି ନା କୌଣସି ଆଳ ଦେଖାଇ ଉପଭୋକ୍ତାମାନଙ୍କର ସର୍ଭିସ ଲାଇନକୁ କାଟି ଦେଉଥିବାର ଅଭିଯୋଗ ହେଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS