BREAKING
Loading...
:

ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

 ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। କ୍ରୀଡ଼ା ଶିକ୍ଷୟିତ୍ରୀ ସଂଜୁ ବାଳା ନାଥ ଓଅନୂଷୟା ସ୍ବାଇଁ ଙ୍କ ତତ୍ବାବଧାନରେ ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁୁରସ୍କୃତ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ମୂଖ୍ୟ ବକ୍ତା ଭାବେ ଖଣ୍ଡପଡ଼ା ବ୍ଲକ ଶିକ୍ଷା ଧିକାରୀ କୈଳାସ ଚନ୍ଦ୍ର କର ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ସୁପର ଭାଇର ଶରତ କୁମାର ସାହୁ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ତଥା ଶିଶୁ କବି କାଶି ନାଥ ଦାସ, ବିଦ୍ୟାଳୟ ର ପରିଚାଳନା କମିଟିର ସଭାନେତ୍ରୀ ରୋଜାଲିନ ପରମ ଗୁରୁ , ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେଠି ପ୍ରମୁଖ ଯୋଗଦାନ ଦେଇ ଥିଲେ।ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ପିଏ ମ ଶ୍ରୀ ଯୋଜନା ଅର୍ଥ ରାଶି ରେ ବିଦ୍ୟାଳୟ ର ର୍ବାଷିକ କ୍ରୀଡ଼ା ଉତ୍ସବ ପାଳନ କରାଯାଇଥିଲା ଓ ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS