ଭୁବନେଶ୍ଵର (ମଣିଭଦ୍ରା ଖବର) ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ୨୬ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । କଟକ ଡିସିପି ଦାୟିତ୍ଵରେ ଥିବା ୨୦୧୩ ବ୍ୟାଚ୍ର ଆଇପିଏସ୍ ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ନିଯୁକ୍ତ କରାଯାଇଛି । ସେହିଭଳି ଭୁବନେଶ୍ଵର ଡିସିପି ପିନାକ ମିଶ୍ର ହୋଇଛନ୍ତି ଡିଆଇଜି ଏସ୍ଟିଏଫ । କଟକ ଡିସିପି ଭାବେ ବଲାଙ୍ଗିର ଏସ୍ପି ଖିଲାରୀ ରିଷିକେଷଙ୍କୁ ନିଯୁକ୍ତି ମିଳିଛି ।
ଏସ୍. ଏମ୍ ନବୱଣେ ହୋଇଛନ୍ତି ସ୍ପେଶାଲ ଡିଜି, OHRC । ସେହିଭଳି ଦୀପ୍ତେଶ କୁମାର ପଟ୍ଟନାୟକ- ଡିଜି ପ୍ରିଣ୍ଟିଂ, ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ, ୟତିନ୍ଦ୍ର କୋୟଲ- ଏଡିଜି, ଏଚ୍ଆରପିସି, ଏସ୍ ପ୍ରବୀଣ କୁମାର- ଆଇଜିପି କେନ୍ଦ୍ରାଞ୍ଚଳ, ନରସିଂହ ଭୋଳ- ଅତିରିକ୍ତ ସିପି, କମିଶନରେଟ୍ ପୋଲିସ ଭାବେ ଦାୟିତ୍ଵ ଦିଆ ଯାଇଛି ।
ଆଇପିଏସ୍ ଦୀପକ କୁମର- ଆଇଜିପି ଅପରେସନ୍, ଜୟ ନାରାୟଣ ପଙ୍କଜ- ଆଇଜିପି ଗୁଇନ୍ଦା, ସାର୍ଥକ ଷଡ଼ଙ୍ଗୀ- ଆଇଜିପି କ୍ରାଇମବ୍ରାଞ୍ଚ, ନିତି ଶେଖର- ଆଇଜିପି ଦକ୍ଷିଣାଞ୍ଚଳ, ଉମାଶଙ୍କର ଦାଶ- ଡିଆଇଜି ହୋମ ଗାର୍ଡ ଏବଂ ଅଗ୍ନିସେବା ଭାବେ ନିଯୁକ୍ତ ହୋଇଛନ୍ତି ।
ଅଖିଳେଶ୍ଵର ସିଂ- ଡିଆଇଜି ଦକ୍ଷିଣ-ପଶ୍ଚିମାଞ୍ଚଳ, ଚରଣ ସିଂ ମୀନା- ଡିଆଇଜି ପ୍ରୋଭିଜନିଂ, ଯୁଗଳ କିଶୋର କୁମାର ବନୋଥ- ଡିଆଇଜି ପର୍ସେନାଲ, ବାତ୍ତୁଳା ଗଙ୍ଗାଧର- ଡିଆଇଜି କ୍ରାଇମବ୍ରାଞ୍ଚ, ବିବେକାନନ୍ଦ ଶର୍ମା- ଏସ୍ପି କଟକ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment