BREAKING
Loading...
:

ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ଓ ହରିଲୁଟ ନେଇ କଂଗ୍ରେସ ଦଳ ତରଫରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।

 ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ଓ ହରିଲୁଟ ନେଇ କଂଗ୍ରେସ ଦଳ ତରଫରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।


ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ଓ ହରିଲୁଟ ନେଇ କଂଗ୍ରେସ ଦଳ ତରଫରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।ତତଲାଗଡ  ରୂପେ ଚିର ପରିଚିତ ଟିଟିଲାଗଡ ଉପଖଣ୍ଡ ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ର ସ୍ଥାୟୀ ପ୍ରତିକାର ହୋଇ ପାରୁ ନ ଥିବା,ଲୋକେ ପିଇବା ପାଣି ପାଇଁ ଡହଳ, ବିକଳ ହୋଇ ଆସିବା ନେଇ ତଥା ବାରମ୍ବାର ଅଭିଯୋଗ କରି ନିରାଶ ହୋଇ  ଟିଟିଲାଗଡ ବ୍ଲକ ତଥା ଦୂର, ଦୁରାନ୍ତ ର ଗ୍ରାମବାସୀ  ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରକାଶ ଯେ, ଟିଟିଲାଗଡ ସହର ସହ ଆଖ, ପାଖ ଗ୍ରାମାଞ୍ଚଳ ର ଲୋକ ଙ୍କୁ ୧୦/୧୫ ଦିନ ରେ ଥରେ  ଦୂଷିତ ପାଣି ଯୋଗାଣ ସହ ବସୁଧା ତଥା ଅନ୍ୟ ସମସ୍ତ ଯୋଜନା ନାମକୁ ମାତ୍ର ଥିବା ଅଭିଯୋଗ କରିଛନ୍ତି । କେବଳ କାଗଜ କଲମରେ ସମସ୍ତ  ଯୋଜନା ଆଳ ରେ ଲକ୍ଷ, ଲକ୍ଷ ଟଙ୍କା ହଡ଼ପ କରି ଆସୁଥିବା ସହ ଶାସକ ଦଳ ଓ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ଟିଟିଲାଗଡ କଂଗ୍ରେସ ଦଳ ତରଫରୁ ବିରେନ୍ଦ୍ର ବାଗ ଙ୍କ ନେତୃତ୍ୱ ରେ ଦିର୍ଘ୍ ସମୟ ଧରି ଧାରଣା ରେ ବସିବା ସହ ବିରୋଧ ପ୍ରଦର୍ଶନ କରିଥିଲେ ।  ଅନେକ ସଂଖ୍ୟା ରେ ଗ୍ରାମବାସୀ ଧାରଣା ରେ ବସିଥିବା ବେଳେ ଟିଟିଲାଗଡ ଉପ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ନେଇ ଅନୁପସ୍ଥିତ ଥିବା ବେଳେ ଦିର୍ଘ୍ ସମୟ ପରେ ଟିଟିଲାଗଡ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇ ଥିଲା । 



ଆଗକୁ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS