BREAKING
Loading...
:

ଜିଲ୍ଲା ସ୍ତରୀୟ କାମ୍ପୋରି କାର୍ଯ୍ୟକ୍ରମ ଉଦଯାପିତ

 ଜିଲ୍ଲା ସ୍ତରୀୟ କାମ୍ପୋରି କାର୍ଯ୍ୟକ୍ରମ  ଉଦଯାପିତ 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ର ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ନୟାଗଡ଼ ଜିଲ୍ଲା ସ୍କାଉଟ ଓ ଗାଇଡସ ପକ୍ଷରୁ ଗତ ୩ ଦିନ ଧରି ଚାଲିଥିବା କାମ୍ପୋରି କାର୍ଯ୍ୟକ୍ରମ  ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। 

ଉଦ୍ ଯାପନୀ କାର୍ଯ୍ୟକ୍ରମ ରେ

ଭାପୁର ବ୍ଲକ ଶିକ୍ଷା ଅଧିକାରୀ 

ମୋନାଲିସା ରଥ ମୂଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଥିଲେ। ସନ୍ନମାନୀତ ଅତିଥି ଭାବେ ଭାରତ ସ୍କାଉଟ ଓ ଗାଇଡସ ରାଜ୍ୟ ପ୍ରଶିକ୍ଷଣ କମିଶନର ରମେଶ କୁମାର ବଳବନ୍ତରାୟ, ଜିଲ୍ଲା ପ୍ରଶିକ୍ଷକ 

ପ୍ରଶାନ୍ତ  କୁମାର ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଅନିଲ କୁମାର ଦାଶ , ରାଜ୍ୟ ସ୍କାଉଟ ଓ ଗାଇଡସ ରାଜ୍ୟ ପ୍ରଶିକ୍ଷଣ ପ୍ରତିନିଧି ସୁପ୍ରୀୟା ଶ୍ରୀ ଚନ୍ଦନ ଓ ଜିଲ୍ଲା କମିଶନର ସସ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍କାଉଟ ଓ ଗାଇଡ ପକ୍ଷରୁ ଅନୁଷ୍ଠିତ ହେଉଥିବା କାମ୍ପୋରି କାର୍ଯ୍ୟକ୍ରମ ବିଷୟ ରେ ଶିକ୍ଷା ଦେଇ ମାତ୍ର ଦର୍ଶାଇ ଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ ଦାଇତ୍ୱ ତୁଲାଇଥିଲେ। ଏଅବସର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗଣସଫେଇ କାର୍ଯ୍ୟକ୍ରମ ସହ ଶାନ୍ତି ପୂର୍ଣ୍ଣ ସୋଭା ଯାତ୍ରା ସହ ସର୍ବ ଧର୍ମ ପ୍ରାର୍ଥନା କରାଯାଇ ଥିଲା। ସମସ୍ତ ଙ୍କ ଉପସ୍ଥିତି ରେ ଧ୍ଵଜା ଉଡାଣ କରାଯାଇ ଥିଲା।

। ଜିଲ୍ଲା ସ୍ତରୀୟ କାମ୍ପୋରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ରେ ଭାଗ ନେଇଥିବା ସ୍କାଉଟ ଶ୍ରେଷ୍ଠତମ ଛାତ୍ର ଭାବେ ରଣପୁର ବ୍ଲକ ଅନ୍ତର୍ଗତ ସୁରୁକାବାଡି ଗ୍ରାମପଞ୍ଚାୟତର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର  ସୋମ୍ୟରଞ୍ଜନ ସାହୁ ଓ ଶ୍ରେଷ୍ଠ ଗାଇଡ ଦଶପଲ୍ଲା ବ୍ଲକ ଅଧିନ ଦେଢଷର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ  ଜାନକୀ ମହାକୂଢ ଙ୍କୁ ପୁରସ୍କାର କରାଯାଇ ଥିଲା।କାମ୍ପୋରି କାର୍ଯ୍ୟକ୍ରମ ପରିଚାଳନା କମିଟିରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହିତ ସମସ୍ତ କର୍ମକର୍ତା ଅନ୍ୟସ୍କୁଲରୁଆସିଥିବାସ୍କାଉଟ ଓ ଗାଇଡ ପକ୍ଷରୁ ଶିକ୍ଷକ ମାନେ ସହଯୋଗ କରିଥିଲେ ସଫଳତା ହାସଲ କରୁଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS