BREAKING
Loading...
:

ଖଣ୍ଡପଡ଼ାରେ ଚାଲିଛି ବେଆଇନ ଇଟାଭାଟି, ପ୍ରଶାସନ ନିରବ।

 ଖଣ୍ଡପଡ଼ାରେ ଚାଲିଛି ବେଆଇନ ଇଟାଭାଟି, ପ୍ରଶାସନ ନିରବ 

ଖଣ୍ଡପଡ଼ା ୧୯,୩( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ବେଆଇନ ଭାବେ ଇଟାଭାଟି ର କାରବାର  ଖଣ୍ଡପଡ଼ା ବ୍ଲକ ଆଖପାଖ ଅଞ୍ଚଳରେ ଦୀନ କୁ ଦୀନ ବଢ଼ିବାରେ ଲାଗିଛି। ଜନବସତି ଆଖପାଖ ଅଞ୍ଚଳର ବିଲ , ନଦୀବନ୍ଧ , ସମତଳ ଭୂମି , ରାସ୍ତା ପାର୍ଶ୍ଵରେ ଥିବା ନିଜର ଜାଗାକୁ ହେଉ ବା ଗୋଚର ଭୂମି, ଲିଜ ଜମି ଅଧିଗ୍ରହଣ କରି ମାଳମାଳ ହୋଇ ଇଟାଭାଟି ମାଲିକମାନଙ୍କ ପାଦୃଭାବ ବଢ଼ି ଚାଲୁଥିବା ଖଣ୍ଡପଡ଼ା ବ୍ଲକ ର ଗ୍ରାମ ବାସିନ୍ଦା ଅସନ୍ତୋଷ ପ୍ରକାଶ ପାଇଛି। ଖଣ୍ଡପଡ଼ା ଶିଖରପୁର, ରାଣୀ ପଡା, ଗିରି ଗିରିଆ ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି ଇଟାଭାଟି ର କାରବାର। ଏଭଳି ଭାବେ ଖଣ୍ଡପଡ଼ା ତହସିଲ ର ରାଜସ୍ଵ ଗ୍ରାମ ରେ ମାତିଛନ୍ତି ଇଟାଭାଟି ମାଫିଆ ଲୁଟୁଛନ୍ତି ଏକର ଏକର ସରକାରୀ ଗୋଚର ଜମିକୁ ଜବରଦଖଲ ଜମି, ନଦୀ ପଠା ଓ ରାଜସ୍ବ ଜମି ଅଧିଗ୍ରହଣ କରି ଥିବା ଜଣାଯାଇଛି। ସୂଚନାଯୋଗ୍ୟ ବାରମ୍ବାର ଏଥିପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ମାଫିଆ ସକ୍ରିୟ ଭାବେ କାର୍ଯ୍ୟ ଆଗେଇ ଚାଲିଥିବାରୁ ପ୍ରଶାସନର ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣ ଙ୍କ ଦାବି। ଏହି ସବୁ ଦୃଶ୍ୟ ଦେଖିବା କୁ ମିଳୁଛି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଯୋଗିଆପଲୀ ଠାରୁ ଆରମ୍ଭ କରି ସିଧା ମୂଳା ଗ୍ରାମପଞ୍ଚାୟତ ମାନଙ୍କରେ ସକ୍ରିୟ ଭାବେ କାର୍ଯ୍ୟ ଆଗେଇ ଚାଲିଛି ଇଟାଭାଟି ମାଲିକମାନଙ୍କ ପାଦୃଭାବ ବଢ଼ିଚାଲିଛି।ଏଥିପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଗୁରୁତର ଭାବେ ନଜର ଦେବାକୁ ସାଧାରଣରେ ଦାବୀ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ବଭାବିକ ଉଚ୍ଚ ଉତ୍ତାପ ଯୋଗୁ ରହି ନହେଉଥିବା ବେଳେ ଇଟାଭାଟି ରେ ବେବହୃତ ହେଉଥିବା କୋଇଲା, କାଠଗୁଡିକ ବନବିଭାଗ କର୍ମଚାରୀ ଙ୍କ ଦୃଷ୍ଟି ଆକର୍ଷଣ ନକରି ଚୋରାରେ ଗଛଗୁଡ଼ିକ କାଟି ଇଟାଭାଟି ରେ ପୋଡ଼ୁ ଥିବା ରୁ ପରିବେଶ ବାତାବରଣ ଧୂଆଁ, ଉତ୍ତାପ ବଢ଼ିବାରେ ଲାଗିରହିଛି। ଖଣ୍ଡପଡ଼ା ବ୍ଲକ ର ଆଖପାଖରେ ଏହି ଭଳି ପରିବେଶ ବାତାବରଣ ଧୂଆଁ ଉତ୍ତାପ କୁ ବିରୋଧକରି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ସ୍ଥାନୀୟ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କ ଅଭିଯୋଗ ଅନୁଯାଇ ରାଜସ୍ବ ଅଧିକାରୀ ଏଥିପ୍ରତି ଧ୍ୟାନ ନଦେଲେ ଖଣ୍ଡପଡ଼ା ରାଜସ୍ଵ କ୍ଷତି ହେବା ସହ ପରିବେଶ ବାତାବରଣ ଧୂଆଁ ମୟ ହୋଇ ଜନସାଧାରଣ ରୋଗ ର ଶିକାର ହେବାକୁ ଯାଉଛି। ପରିବେଶ ପ୍ରଦୂଷଣ କୁ ରୋକିବା ପାଇଁ ସରକାର ଙ୍କ ପକ୍ଷରୁ ବହୁ ଜନସଚେତନତା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ତାହାକୁ କାର୍ଯ୍ୟ କାରି କରାଯାଉଥିଲେ ମଧ୍ୟ 

ଇଟା ଭାଟିର ମାଫିଆ   ବେଖାତିରି ମନ ଇଚ୍ଛା କାର୍ଯ୍ୟ ହାତେଇବା ପାଇଁ ସରକାର ଙ୍କ ପକ୍ଷରୁ ଦଲାଲ ମାନଙ୍କୁ ହାତେଇବା ସଖ୍ୟମ ହୋଇଛନ୍ତି।

ଡାକ୍ତର କହିବା ଅନୁଯାୟୀ ଏ ଧୂଆଁ ପ୍ରଦୃ ଷଣ ଯୋଗୁଁ ସ୍ବଭାବିକ ଜନସାଧାରଣ ଏବଂ ଛୋଟ ଛୋଟ ଶିଶୁମାନଙ୍କର ଚର୍ମରୋଗ ଓ ସ୍ବାସରୋଗରେ ପୀଡିତ ହୋବାର ସମ୍ଭାନା ରହିଛି। କିଛି ବିଦ୍ୟାଳୟରେ ଆଖପାଖ ଅଂଚଳରେ ଇଟାଭାଟି ଦେଖିବାକୁ ମିଳୁଛି। ତେବେ ପ୍ରାସାସନିକ ଚୁପ୍ ରହିଥିବା ରୁ ଏହାର ଫାଇଦା ଉଠାଉଛନ୍ତି ଯାହାଫଳରେ ବହୁ ଗ୍ରାମ ବାସିନ୍ଦା ଭୋଗିବାକୁ ପଡ଼ୁଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । 

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS