BREAKING
Loading...
:

ଅରୋମୀରା କମ୍ପ୍ୟୁଟର ତତ୍ବାବଧାନରେ ଗଣିଆରେ ବୁଲିଲା ଓକେସିଏଲ ରଥ

 ଅରୋମୀରା କମ୍ପ୍ୟୁଟର ତତ୍ବାବଧାନରେ ଗଣିଆରେ ବୁଲିଲା ଓକେସିଏଲ ରଥ


  ଗଣିଆ : ୦୬.୦୩.୨୦୨୫ ( ମଣିଭଦ୍ରା ଖବର) -  ସମ୍ବଲପୁର ସ୍ଥିତ ଓପନ୍ ୟୁନିଭର୍ସିଟି  ପକ୍ଷରୁ ମାନ୍ୟତାପ୍ରାପ୍ତ ଓକେସିଏଲ୍ ର କମ୍ପ୍ୟୁଟର ପାଠ୍ୟକ୍ରମ ( OS -CIT ) ଶିକ୍ଷାକୁ ଲୋକପ୍ରିୟ କରିବା ପାଇଁ ଏକ ସଚେତନତା ରଥ ସମଗ୍ର ଓଡ଼ିଶା ଭ୍ରମଣ କରିବା ସହ ସଚେତନତା ର ବାର୍ତ୍ତା ଦେଇଆସୁଛି । ଉକ୍ତ ଓକେସିଏଲ୍ ରଥଟି ଆଜି ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ସ୍ଥିତ ଅରୋମୀରା ଇନଷ୍ଟିଚ୍ୟୁଟ୍ ର ତତ୍ତ୍ଵାବଧାନରେ ଗଣିଆ ବ୍ଲକ୍ ପରିଭ୍ରମଣ କରିଥିଲା । ଅଦ୍ୟ ଦିବା. ୦୯.୩୦ ଘଟିକା ସମୟରେ  ଅରୋମୀରା ଇନଷ୍ଟିଚ୍ୟୁଟ୍ ସାମ୍ନା ରେ  ସବୁଜ ପତାକା ଦେଖାଇ  ଓ ଧୂପ ଦୀପ କଳସ  ବସାଇ ଅନୁଷ୍ଠାନର ମୁଖ୍ୟ ରଥ କୁ ଓଡ଼ିଆ ପାରମ୍ପାରିକ ରୀତିନୀତିରେ ଉଦ୍ଘାଟନ କରିଥିଲେ । 

ଉକ୍ତ କମ୍ପ୍ୟୁଟର ପାଠ୍ୟକ୍ରମ  ସାଂପ୍ରତିକ ସମାଜରେ ନିତ୍ୟାନ୍ତ ଜରୁରୀ ଥିବା ବେଳେ ଏହାକୁ ନେଇ ଠକାମୀ ପ୍ରତି ସଜାଗ ରହିବାକୁ   ଅନୁଷ୍ଠାନର ମୁଖ୍ୟ ସଚେତନ କରିବା ସହ ଅଞ୍ଚଳର ସମସ୍ତେ ଏହି କମ୍ପ୍ୟୁଟର ପାଠ୍ୟକ୍ରମର ଲାଭ ଉଠାଇବା ପାଇଁ  ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରି ରଥ କୁ ସ୍ଵାଗତ କରିବା ସହ ନୂତନ ଛାତ୍ରଛାତ୍ରୀଙ୍କୁ ସଚେତନ କରି ରଥ ପରିକ୍ରମା ରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଯଥା - ସୁବ୍ରତ କୁମାର ରାଉତ, ସଂଗ୍ରାମ ସିଂ , ଲକ୍ଷ୍ମୀପ୍ରିୟା ରାଉତ, ରୁନୁ ରାଉତ, କାହ୍ନୁଚରଣ ବେହେରା, ଜଗନ୍ନାଥ ରାଉତ, ମୋତିଲାଲ୍ ସ୍ୱାଇଁ, ସିଦ୍ଧାନ୍ତ ପ୍ରଧାନ, ଓଁକାର ସାମଲ, ସୁଧାଂଶୁ ଶେଖର ବିଶ୍ଵାଳ  ସୁଚାରୁରୂପେ ରଥ ପରିକ୍ରମା କାର୍ଯ୍ୟ  ତୁଲାଇଥିଲେ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS