BREAKING
Loading...
:

ଖଣ୍ଡପଡ଼ା ବ୍ଲକରେ ବିଜେଡିର ପ୍ରତିବାଦ ସଭା ଅନୁଷ୍ଠିତ

 ଖଣ୍ଡପଡ଼ା ବ୍ଲକରେ ବିଜେଡିର ପ୍ରତିବାଦ ସଭା ଅନୁଷ୍ଠିତ 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ କୁ ବର୍ତ୍ତମାନ ସରକାର ରଦ୍ଦ କରି ତାରିଖ ପରିବର୍ତ୍ତନ କରି  ଅପ୍ରେଲ ୨୪ ତାରିଖ କୁ ପଞ୍ଚାୟତ ରାଜ ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିବାରୁ ତାଙ୍କୁ ପ୍ରତି ବାଦ କରି ସଭା ଅନୁଷ୍ଠିତ ହୋଇସାରିଛି।୧୯୯୧ରେତତ୍କାଳୀନ ମୂଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ରୀସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଲାଗୁ କରିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି ରେ ପାଳିତ ହେଉଥିବାରୁ ପ୍ରତ୍ୟେକ ସରକାରୀ ଛୁଟି ଘୋଷଣାକୁ ବିରୋଧ କରି ବର୍ତ୍ତମାନର ମୂଖ୍ୟ ମନ୍ତ୍ରୀ ଆଉ ଏକ ତାରିଖ ପରିବର୍ତ୍ତନ କରି ଥିବା ରୁ ବିଜୁ ଜନତା ଦଳରେ ଥିବା ସମସ୍ତ ଜନସାଧାରଣ ଙ୍କ ଅସୋନ୍ତୋଷ ପ୍ରକାଶ ପାଇଛି। ଏପରି ଅସମ୍ମାନ କରି ଥିବା ରୁ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ବିଜୁ ଜନତା ଦଳରେ ଥିବା ଜନସାଧାରଣ ଙ୍କ ଅସୋନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ ସକାଶେ ବ୍ଲକ ଗାନ୍ଧୀମୃତି ତଳେ ପ୍ରାସାସନ କୁ ଜଣାଇ ଧାରଣା ରେ ଖଣ୍ଡପଡ଼ା ବିଜେଡ଼ି ନେତାଙ୍କ ସମର୍ଥକ ସହ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗଦାନ ଦେଇ ଥିଲେ। ତାଙ୍କ ସମର୍ଥିତ ବିଜେଡିର ପ୍ରାର୍ଥୀ ଭାବେ ପଞ୍ଚାୟତ ରସରପଞ୍ଚ , ସମିତି ସଭ୍ୟ , ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷ ଉପମା ବେହେରା, ଉପାଧ୍ୟକ୍ଷ ଶିଶିର ସାହୁ, ସରୋଜ କୁମାର ପ୍ରଧାନ,ବିଜୟ ତ୍ରୀପାଠୀ, ବନମାଳୀ ପଣ୍ଡା, ନାରୀନେତ୍ରୀ ସୁପ୍ରିୟା ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ। ସରକାର ଙ୍କ ବିପକ୍ଷରେ ସମସ୍ତ କର୍ମକର୍ତା ମାନେ ଏକତ୍ରିତ ହୋଇ ନାରାବାଜି କରୁଥିବାବେଳେ ସମସ୍ତ ଜନସାଧାରଣ ଆନ୍ଦୋଳନ କୁ ଆଗେଇ ଆସିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS