BREAKING
Loading...
:

କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ସମ୍ବଲପୁର( ମଣିଭଦ୍ରା ଖବର)

 

ଜନ୍ମପୀଠ ବରପାଲିରେ କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧର ମେହେର କ୍ଲବ୍‌ର ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଶ୍ରାଦ୍ଧ ଦିବସକୁ ଅଧିକ ଗୁରୁତ୍ବ ସହ ପାଳନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆସନ୍ତା ୨୯ ତାରିଖ ଶନିବାର ଚୈତ୍ର ଅମାବାସ୍ୟାରେ ଏହି ଶ୍ରାଦ୍ଧ ଦିବସ ପାଳନ କରାଯିବ। ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା ତଥା ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଚିନ୍ମୟ କୁମାର ସାହୁ ଓ ସମ୍ମାନିତ ବକ୍ତା ଭାବରେ ଶ୍ରୀମତୀ ମଞ୍ଜୁବାଳା ମେହେର ଯୋଗ ଦେବେ ବୋଲି ସଭାପତି ଙ୍କ ସୂତ୍ରରୁ ପ୍ରକାଶ। ଏହା ସହିତ ମେହେର ସାହିତ୍ୟ ଉପରେ ସଙ୍ଗୀତ କାର୍ଯକ୍ରମ ଗଙ୍ଗାଧର ଗୀତି ପରିବେଷଣ କରାଯିବ । ଆଜିର ଏହି ପ୍ରସ୍ତୁତି ବୈଠକ ରେ ଉପ ସଭାପତି ପଦ୍ମ ଲୋଚନ ସାହୁ, ସମ୍ପାଦକ ବାଲ କିଶୋର ଖାଡଙ୍ଗା, ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ, ଆନନ୍ଦ ମେହେର, ଧ୍ରୁବ ଚରଣ ମେହେର, ବାଳ କୃଷ୍ଣ ପୁଝାରୀ, ମହେନ୍ଦ୍ର କୁମାର ଗହୀର, ବିଭୂତି ଭୂଷଣ ମିଶ୍ର, ବନ୍ତରାମ ସେଠ, ଦାମୋଦର ପଣ୍ଡା, ଗଣେଶ ମେହେର, ରାଜାରାମ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS