BREAKING
Loading...
:

ଦଶପଲ୍ଲା ବ୍ଲକ ରେ ଅନ୍ତୋଦୟ ଗୃହ ଯୋଜନା ର ଶୁଭାରମ୍ଭ

 ଦଶପଲ୍ଲା ବ୍ଲକ ରେ ଅନ୍ତୋଦୟ ଗୃହ ଯୋଜନା ର ଶୁଭାରମ୍ଭ


ଦଶପଲ୍ଲା (ମଣିଭଦ୍ରା ଖବର) କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ଗରିବ, ଅସହାୟ, ଦିବ୍ୟାଙ୍ଗ ଲୋକଙ୍କ ଉଦେଶ୍ୟ ରେ ଯୋଜନା ମାନ ପ୍ରଣୟନ କରୁଛନ୍ତି। କେନ୍ଦ୍ର ସରକାର ତଥା ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ଯୋଜନା ମାନ ଲୋକଙ୍କ ପାଇଁ ଗ୍ରହଣ କରୁଛନ୍ତି। ମୋଦିଜୀ ଙ୍କ ଆହ୍ୱାନ କ୍ରମେ ଦେଶରେ କୌଣସି ଗରିବ ବାସହୀନ ରହିବ ନାହିଁ। ସମସ୍ତ ଗରିବ, ଅସହାୟ, ଦିବ୍ୟାଙ୍ଗ ଜନ ଖଣ୍ଡିଏ ଘର ନ ଥାଇ ବାହାରେ ରହିବେ ନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଛି। ଓଡିଶା ରେ ନୂତନ ଭାବେ ବିଜେପି ସରକାର ତଥା ମୋହନ ସରକାର ମଧ୍ୟ ଏହି ଗରିବ, ଅସହାୟ, ଦିବ୍ୟାଙ୍ଗ ଜନ ଙ୍କ ପାଇଁ ଏହି ଅନ୍ତୋଦୟ ଗୃହ ଯୋଜନା ପ୍ରଣୟନ କରିଛନ୍ତି। ତିନି ବର୍ଷରେ ୭୫୫୦ କୋଟି ଏଥିପାଇଁ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ତେବେ ଏଥିରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡି, ହାତୀ ଉପଦ୍ରଵ, ବନ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର କୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ପ୍ରତି ପଂଚାୟତ ରେ ଯୋଗ୍ୟ ହିତାଧିକାରୀ ଏଥିପାଇଁ ଦରଖାସ୍ତ ଆବେଦନ କରିବେ। ଏ ଅବସରରେ ଦଶପଲ୍ଲା ବ୍ଲକ ପରିସରରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ରବିବାର ଦିନ ହୋଇଯାଇଛି। ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ରେ ଏହାର ଶୁଭାରମ୍ଭ କରିଥିବା ବେଳେ ଦଶପଲ୍ଲା ବ୍ଲକ ରେ ଆଭାସୀ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇ ତଥା ମୁଖ୍ୟମନ୍ତ୍ରୀ ଙ୍କ ଉଦବୋଧନ ପରେ ସମସ୍ତ ପଞ୍ଚାୟତ ରୁ ଆସିଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ସିଧାସଳଖ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଥିଲା। ଏ ସମୟରେ କନ୍ଧମାଳ ସାଂସଦ ଙ୍କ ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏ ବି ଡି ଓ ସାରଦା ପ୍ରସନ୍ନ ମହାନ୍ତି, ଦଶପଲ୍ଲା ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ବି ପି ସି କାର୍ତ୍ତିକ ଦାସ ଓ ଅନ୍ୟ ସମସ୍ତ ବ୍ଲକ କର୍ମଚାରୀ, ପ୍ରତି ପଂଚାୟତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଓ ଅନ୍ୟ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସମସ୍ତ ଙ୍କୁ ଦହିପଣା, ଥଣ୍ଡା ପାଣି, ଓ ଆର ଏସ ପାଣି, ଖାଦ୍ୟ ଆଦି ସମସ୍ତ ବନ୍ଦୋବସ୍ତ ବିଭାଗ ତରଫରୁ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS