BREAKING
Loading...
:

ଖଣ୍ଡୁଆଳ ମାଳି ପର୍ବ ପାଳିତ, ସାମିଲ ହେଲେ ଶ୍ରଦ୍ଧାଳୁ ଓ ସମାଜସେବୀ

 ଖଣ୍ଡୁଆଳ ମାଳି ପର୍ବ ପାଳିତ, ସାମିଲ ହେଲେ ଶ୍ରଦ୍ଧାଳୁ ଓ ସମାଜସେବୀ 

ଲାଞ୍ଜିଗଡ (ମଣିଭଦ୍ରା ଖବର ) କଳାହାଣ୍ଡି ଜିଲାର ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଳକ ସୀମାରେ ରହିଥିବା ଖଣ୍ଡୁଆଳ ମାଳି ଶିଖରରେ ଖଣ୍ଡୁଆଳମାଳି ପର୍ବ ପାଳିତ ହୋଇଯାଇଛି। ଖଣ୍ଡୁଆଳ ମାଳି  ପର୍ବ। ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇଥିବା ବେଳେ ପ୍ରକୃତିର ଆଦିମ ସନ୍ତାନମାନେ ମା ମାଟିର ସୁରକ୍ଷା ପାଇଁ ଏହି ପର୍ବ ପାଳନ କରିଥିଲେ। ଆରାଧ୍ୟ ଦେବତା ଖଣ୍ଡୁଆଳ ବୁଡ଼ାରଜାଙ୍କୁ ସାକ୍ଷୀ ରଖି ନିଜ ଜୀବନ ଜୀବିକା ଖଣ୍ଡୁଆଳ ମାଳିକୁ ସୁରକ୍ଷିତ ରଖିବାକୁ ପଣ କରି ବଜ୍ର ଶପଥ ନେଇ ଥିଲେ। ଏହି ପର୍ବରେ ଆଦିବାସୀ ସମ୍ପ୍ରଦାୟ ବ୍ୟତୀତ ଜିଲା ତଥା ଜିଲା ବାହାରୁ ଶହଶହ ସଧାରଣ ଲୋକେ, ପରିବେଶବିତ, ପର୍ବତ ଶିଖର ଉତ୍ସବରେ ସାମିଲ ହୋଇଥିଲେ।


ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପରବରେ ଉପସ୍ଥିତ ଥିବା ସାହାଯ୍ୟ ସହଯୋଗ ଓ ସମର୍ଥନ କରି ଆସୁଥିବା ବୁଦ୍ଧିଜୀବୀ, ପରିବେଶବିତ, ଦେଶପ୍ରେମୀ ତଥା ବିଭିନ୍ନ ଗଣ ସଂଘଠନକୁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଂଗ୍ରାମୀ ଅଭିନନ୍ଦନ ଜଣାଇ ଥିଲେ। ଏଥିରେ ୭ଖଣ୍ଡ ପଞ୍ଚାୟତର ୪୫ ଗୋଟି ଗାଁର ଲୋକ ଉପସ୍ଥିତ ଥିବା ବେଳେ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ,ସମ୍ପାଦକ ବ୍ରିଟିଶ କୁମାର ସଦସ୍ୟ ବୈଦ୍ୟନାଥ ନାଏକ ଦାମୋଦର ବେହେରା, ବିର ବଜରଙ୍ଗ ନାଏକ, ଗାର୍ଗୀ ସତପଥୀ, ଧନେଶ୍ଵର ମାଝୀ, ଲେଲିନ କୁମାର ରାୟ, କୃଷ୍ଣ ହିକକା, ଲୋକନାଥ ମାଝୀ, ପୂର୍ଣ୍ଣ ମାଝୀ, ହୃଷିକେଶ ମାଝୀ, ମାନ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS