BREAKING
Loading...
:

ବନୀକରଣ କେବଳ କାଗଜ କଲମରେ....

 ବନୀକରଣ କେବଳ କାଗଜ କଲମରେ....

ନୟାଗଡ଼ (ମଣିଭଦ୍ରା ଖବର) ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ ଖମାର ସାହି ପଞ୍ଚାୟତ ର ଖମାରସାହି ମୁଖ୍ୟ ରାସ୍ତା ଠାରୁ କଉଡ଼ା ଦିର୍ଘ ୩ କିଲୋମିଟର ରାସ୍ତାର ପଥ ପାର୍ଶ୍ଵ ବନୀକରଣ ନାମରେ ୬ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ରାଜ୍ୟ ସରକାର ଜଙ୍ଗଲ ପରିବେଶ ବିଭାଗ ସହାୟତାରେ ଦଶପଲ୍ଲା ବନାଞ୍ଚଳ ଅଧିକାରୀଙ୍କ ତତ୍ବାବଧାନରେ ଦୈନିକ ମଜୁରି ୨୩୭ଟଙ୍କା ହିସାବରେ ୧୦୪୪ ଜଣ ଶ୍ରମିକଙ୍କୁ ନେଇ ବୃକ୍ଷରୋପଣ କରାଯାଇଥିବାର ଫଳକ ରେ ଦର୍ଷାଗଲା। ମାତ୍ର ଆଶ୍ଚର୍ଯ୍ୟ ର କଥା ଫଳକ ରେ କାର୍ଯ୍ୟ ଆରମ୍ଭ ତାରିଖ ୦୬/୦୮/୨୦୨୩ ଓ ଶେଷ ତାରିଖ ୩୧/୦୩/୨୦୨୮ ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇଛି । ଅନ୍ୟ ପକ୍ଷରେ ଦେଖିଲେ କେଉଁଠି ଗଛ ମରି ସୁଖିଯାଇଛି ତ କେଉଁଠି ଘୁଡ଼ିଆ କୁଆଡେ଼ ପଳାଇଛି। ଖାଲି ବନୀକରଣ ଯୋଜନା କରି ଗଛ ଲଗାଇ ଦେଲେ ହେବନି। ଗଛ ଲଗାଇ ସେହି ଗଛର ରକ୍ଷଣା ବେକ୍ଷଣ କରିବା ନିହାତି ଆବଶ୍ୟକ ହେଲେ ହେଇଛି କଣ? ଅଧିକାରି କଣ ଜାଣିନାହାନ୍ତି ନା ସବୁ ଜାଣି ନ ଜାଣିଲା ଭଳି ଆଖି ବନ୍ଦ କରିଦେଉଛନ୍ତି।ତେବେ କେବଳ ଏ ଗୋଟିଏ ସ୍ଥାନ ନୁହେଁ ଅନ୍ୟ ସ୍ଥାନ ମାନଙ୍କରେ ଏପରି ଅବସ୍ଥା ମଧ୍ୟ ଦେଖିବାକୁ ମିଳୁଛି। ଏଥିରେ କୋଟି କୋଟି ଟଙ୍କା ଦୁର୍ନୀତି ନିଶ୍ଚୟ ହୋଇଥିବ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି। ସଠିକ ଓ ନିରପେକ୍ଷ ତଦନ୍ତ ଯଦି କରାଯାନ୍ତା ଏ ପ୍ରକାର ଦୁର୍ନୀତି ର ଫର୍ଦଫାଶ ହୋଇପାରନ୍ତା।ଦେଖିବା ଏହାର କେବେ ସମାଧାନ ହେଇଛି। କେବେ ମଲା ଶୁଖିଲା ଗଛ ସ୍ଥାନରେ ନୂତନ ଗଛ ଲାଗୁଛି ତାହା ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS