ରାତାପାଟରେ ଏନ୍. ସି. ସି. କ୍ୟାଡେଟ୍ ମାନଙ୍କ ' ଏ ' ସାର୍ଟିଫିକେଟ ପରୀକ୍ଷା
ବଡ଼ମ୍ବା (ମଣିଭଦ୍ରା ଖବର) ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରାତାପାଟ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସମର ଶିକ୍ଷର୍ଥୀ ବାହିନୀର କ୍ୟାଡେଟ ମାନଙ୍କର 'ଏ ' ସାର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ଚଉରାଳିଶି ଜଣ ଓ ସରଣ୍ଡା ବିଦ୍ୟାପୀଠର ଉଣେଇଶ ଜଣକୁ ମିଶାଇ ମୋଟ ତେଶଠି ଜଣ କ୍ୟାଡେଟ୍ ମାନଙ୍କର ଲିଖିତ ପରୀକ୍ଷା, ଡ୍ରିଲ୍, ମ୍ୟାପ୍ ରିଡିଙ୍ଗ୍, ଶସ୍ତ୍ର ଚାଳନା ଦକ୍ଷତା, ରଣ କ୍ଷେତ୍ରରେ ଯୁଦ୍ଧ କରିବା ଦକ୍ଷତା ଆଦି ଉପରେ ପରୀକ୍ଷା ନିଆଯାଇଥିଲା l ୱାନ ଓଡିଶା ଏନ. ସି. ସି., କଟକ ଦ୍ୱାରା ଆୟୋଜିତ ଉକ୍ତ ପରୀକ୍ଷା ପ୍ରଧାନ ଶିକ୍ଷକ ବିଜୟ କୁମାର ଛତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଏବଂ ଏନ. ସି. ସି. ଅଧିକାରୀ କ୍ୟାପଟେନ ଶ୍ରୀନିବାସ ଜେନା, ଥାର୍ଡ଼ ଅଫିସର ମନୋଜ କୁମାର ସାହୁ ପରୀକ୍ଷା ପରିଚାଳନା କରିଥିଲେ l କମାଣ୍ଡିଂ ଅଫିସର କର୍ଣ୍ଣେଲ ସଞ୍ଜୟ ଯାଦବଙ୍କ ନିର୍ଦେଶରେ ସୁବେଦାର ମେଜର ଜମ୍ବେଶ୍ୱର ସାମଲ ଓ ହାବିଲଦାର କାର୍ତ୍ତିକ ନାଚିକା ପରୀକ୍ଷକ ଭାବେ କ୍ୟାଡେଟ ମାନଙ୍କ ଦକ୍ଷତା ମୂଲ୍ୟାଙ୍କନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଅଶୋକ କୁମାର ଧଳ, ଅରୁଣ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment