BREAKING
Loading...
:

ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ

 ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ 

ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସାକାର ଫାଉଣ୍ଡେସନ ଓ ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର ତରଫରୁ ଅର୍ନ୍ତଜାତୀୟ ହାପିନେସ ଦିବସ ଖଣ୍ଡପଡା ବ୍ଲକ ଅଧିନ କୋସ୍କା ପଞ୍ଚାୟତର ଆଦିବାସୀ ଅଂଚଳ ଭାବେ ପରିଚିତ ରୋଗାବାଦୁ ଓ ଲୁହାରଖଣି ଗ୍ରାମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଜରିଆରେ  20 ଜଣ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ସେହିପରି ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ କାଉନସେଲିଙ୍ଗ କରାଯାଇ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପୁନର୍ବାର ପାଠ ପଢିବାର ସୁଯୋଗ ସୃଷ୍ଟି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି  ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାକାର ଫାଉଣ୍ଡେସନର ସଭାପତି  ପ୍ରଜ୍ଞା ପରମିତା ପରିଡା, ଯୁବ ସମାଜସେବୀ ଦୁର୍ୟୋଧନ ପରିଡା ' ସମୀର କୁମାର ନାୟକ ଯୋଗଦେଇଥିଲେ । ସାକାର ଫାଉଣ୍ଡେସନର ସମ୍ପାଦକ  ଦୀପକ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS