.
କୋରାପୁଟ (ମଣିଭଦ୍ରା ଖବର) କିଛି ଦିନର ନିରବତା ପରେ ପୁଣି ଥରେ ଜୟପୁର ଭିଜିଲାନ୍ସ ଜାଲ ରେ ଆଉ ଜଣେ ସରକାରୀ ମାଲିକାଣି ପଡିଛନ୍ତି l ଏଥର ଅଙ୍ଗନ ବାଡ଼ି କର୍ମଚାରୀ ପଡିଛନ୍ତି ଭିଜିଲାନ୍ସ ଜାଲରେ । ସୂଚନା ଅନୁଯାଇ କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ଭିଜିଲାନ୍ସ ଟିମ ଆଜି ଧରିଛି ।ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଅଙ୍ଗନବାଡି କର୍ମୀ ଙ୍କ ଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲେ ବୁର୍ଜା ଅଙ୍ଗନବାଡି କେନ୍ଦ୍ରରେ ଜୟପୁର ର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ।ମିଳିଥିବା ସୂଚନା ଅନୁଯାୟୀ ନୂତନ ଭାବେ ନିଯୁକ୍ତି ପାଇଥିବା ପିପଳପଦର ଗାଁ ର ଅଙ୍ଗନବାଡି କର୍ମୀ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସ କୁ ଯୋଗାଯୋଗ କରିଥିଲେ।ବର୍ତ୍ତମାନ ଏହି ଟଙ୍କା କାହାପାଇଁ ସୁପର ଭାଇଜର ଜଣକ ନେଉଥିଲେ ଓ ଏଥିରେ ଆଉ କାହା କାହା ସମ୍ପୃକ୍ତି ଅଛି ଭିଜିଲାନସ ଖୋଳତାଡ଼ କରୁଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment