BREAKING
Loading...
:

ଗଛ କାଟିବା, ମଣିଷକୁ ହତ୍ୟା କରିବାଠାରୁ ବି ବଡ଼ ଅପରାଧ", ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

 "ଗଛ କାଟିବା, ମଣିଷକୁ ହତ୍ୟା କରିବାଠାରୁ ବି ବଡ଼ ଅପରାଧ", ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି


ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏହି ନିର୍ଦ୍ଦେଶରେ ସେ କହିଛନ୍ତି ଯେ, ବହୁ ସଂଖ୍ୟାରେ ଗଛଗୁଡ଼ିକୁ କାଟିବା, କୌଣସି ମଣିଷର ହତ୍ୟା କରିବା ଠାରୁ ବି ବଡ଼ ଅପରାଧ।


ବିଚାରପତି ଅଭୟ ଏସ ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂଇଁଆଙ୍କ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ, ବିନା ଅନୁମତିରେ ଗଛ କାଟୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


କୋର୍ଟ ୪୫୪ ସଂରକ୍ଷିତ ଗଛର ବେଆଇନ ଭାବେ କାଟୁଥିବା ଲୋକଙ୍କର ଅବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିସହ ସେମାନଙ୍କର ଜରିମାନାକୁ କମ କରିବାକୁ ମନା କରିଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS