BREAKING
Loading...
:

*୩ ଦିନ ପରେ ରାଜ୍ୟରେ ଅସମ୍ଭାଳ ତାତି;୫ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ.....

 *୩ ଦିନ ପରେ ରାଜ୍ୟରେ ଅସମ୍ଭାଳ ତାତି;୫ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ.....*


ଭୁବନେଶ୍ୱର ମଣିଭଦ୍ରା ଖବର) ରାଜ୍ୟରେ ଟାଇଁ ଟାଇଁ ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର । ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ । ୨୯ ତାରିଖରେ ପୁଣି ଫେରିବ ହିଟ୍‌ ୱେଭ୍‌ ବା ଗ୍ରୀଷ୍ମ ପ୍ରବାହ । ସେଥିପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ସେପଟେ ଆଗାମୀ ୫ ଦିନ ପାଗ ଶୁଖିଲା ରହିବ ।ବର୍ତ୍ତମାନର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ୍‌ ରହିଛି ଯାହାକି ଆଗାମୀ ୩ ଦିନ ମଧ୍ୟ ରେ ଧୀରେ ଧୀରେ ବଢିବ । ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।


୨୯ ତାରିଖରେ ହିଟ୍‌ ୱେଭ୍‌ ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ସୋନପୁର ,ବଲାଙ୍ଗୀର, ବୌଦ୍ଧ ,କଳାହାଣ୍ଡି ଓ ସମ୍ବଲପୁର ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟ୍‌ ୱେଭ୍‌ ସତର୍କତା ଥିବାବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ରେ ସାରା ଓଡ଼ିଶାରେ ଶୁଖିଲା ପାଗ ସହ ସର୍ବାଧିକ ତାପମାତ୍ରା ବୌଦ୍ଧ ରେ ୩୮.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ୩୫.୬ ଓ କଟକରେ ୩୪.୫ ତାପମାତ୍ରା ରେକର୍ଡ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS