BREAKING
Loading...
:

ମୂଖ୍ୟ ରାସ୍ତା କୁ ନଷ୍ଟ କରୁଛି ପାଇପ୍ ଲାଇନ

 ମୂଖ୍ୟ ରାସ୍ତା କୁ ନଷ୍ଟ କରୁଛି ପାଇପ୍ ଲାଇନ 


ଖଣ୍ଡପଡ଼ା ୨୮,୩( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର)  ଖଣ୍ଡପଡ଼ା ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ମେଘା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ପାଇପ୍ ବିଛାଇ ହୋଇ ପଡି ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ପ୍ରାୟ ଅଳ୍ପ ଦିନ ର ନୂତନ ରାସ୍ତା କୁ ପାଇପ୍ ବିଛା ଆଳରେ ରାସ୍ତା ପାର୍ଶ୍ଵ କୁ ଖୋଳିଡାଡି ନଷ୍ଟ କରାଯାଉଥିବା ବେଳେ ନିମ୍ନ ମାନର ମରାମତି କରି ଛାଡି ଦେଉଥିବା ନେଇ ଅଭିଯୋଗ ହୋଇଛି। ଫଳରେ ରାସ୍ତା ସ୍ଥାୟୀତ୍ବ ପ୍ରତି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହର ର ଖଳି ସାହି ଠାରୁ କୋସକା ଆଡକଟା ଦଶପଲ୍ଲା ମୂଖ୍ୟ ରାସ୍ତା ର ଗୋଛାବାରି ରାସ୍ତା ପାର୍ଶ୍ଵରେ ପାଇପ୍ ଲାଇନ କାର୍ଯ୍ୟ ହୋଇଥିବା ଓବିଛାହୋଇ ପାଇପ୍ ପଡ଼ି ରହିଥିବାରୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସ,ଗାଡ଼ି ସହ ସହ ଛୋଟବଡ ଗାଡ଼ି ସହ ଯାତ୍ରୀମାନେ ଯାତାୟାତ କରିଥାନ୍ତି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସରକାରି , ବେସରକାରୀ ଓ ଚାଷୀ ବେପାରୀ ମାନେ ଯାତାୟାତ କରିଥିବା ରୁ ରାସ୍ତା ପାର୍ଶ୍ଵରେ ଖୋଳା ହୋଇଥିବା ଓବିଛାହୋଇ ପାଇପ୍ ପଡ଼ି ରହିଥିବାରୁ ଯାତାୟାତ ଠିକ୍ ସମୟରେ ଅଫିସ କୁ ଆସି ବାରେବୀଳମ୍ବ ଦେଖିବାକୁ ମିଳୁଛି ଠିକ୍ ସମୟରେ ଆସିପାରିବେ ଅସୁବିଧା ସମୁଖୀନ ହେଉଥିବା ଜଣାପଡ଼ିଛି। ଏଥିପ୍ରତି ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS