BREAKING
Loading...
:

ରାଇଜିଂ ଷ୍ଟାର ଅନୁଷ୍ଠାନ ର କଳାକାର ମାନେ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ*

 *ରାଇଜିଂ ଷ୍ଟାର ଅନୁଷ୍ଠାନ ର କଳାକାର ମାନେ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ*


(ମଣିଭଦ୍ରା ଖବର) ଚଳିତ ମାସ 23/24/ 25/26 ଚାରିଦିନ ବ୍ୟାପି ଜାତୀୟ ସ୍ତରର ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ବୃ୍ଦାବନ ରେ ଡ ନବୀନ ଶର୍ମା ତଥା ଆଗ୍ରାରେ  ତାଜ୍ ମହୋତ୍ସବ ଅନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ଶ୍ରୀମତୀ ଅଳକା ସିଂ ଶର୍ମା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଭାରତର ଅନେକ ରାଜ୍ୟ ରୁ କଳାକାର ମାନେ ଅଂଶ ଗ୍ରହଣ କରିବା ସହ ଗଞ୍ଜାମ ଜିଲ୍ଲାର ରାଇଜିଂ ଷ୍ଟାର ର କଳାକାର ମାନେ ଅନୁଷ୍ଠାନ ର ଅଧକ୍ଷ। ଶ୍ରୀମତୀ ସସ୍ମିତା ରାଣୀ ସାହୁ   ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ବରିଷ୍ଠ ଉଦଘୋଷାକ କାର୍ତ୍ତିକ ପାଣିଗ୍ରାହି ଙ୍କ ଶୃଙ୍ଖଳିତ ପରିଚାଳନାରେ ଦଳ ଉଚ୍ଚକୋଟିର ଓଡିଶୀ , ଭାରତ ନାଟ୍ୟମ ଏବଂ ସେମି କ୍ଲାସିକଲ ନୃତ୍ୟ ପରିବେଷଣ କରି

ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ବରିଷ୍ଠ ତଥା କନିଷ୍ଠ ଉଭୟ ବିଭାଗରେ ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପାଇବା ସହ ଅଧକ୍ଷ

ଅଧ୍ୟକ୍ଷ। ତଥା ପରିଚାଳକ ବି ସମ୍ମାନିତ ହୋଇଥିଲେ।

 ଆଗାମୀ ମାସରେ ହେବାକୁ ଥିବା ତାଜ ମହୋତ୍ସବରେ  ଗଞ୍ଜାମ ଜିଲ୍ଲାର ଏହି କଳାକାର ମାନଙ୍କୁ ବିଷୟ ଭିତ୍ତିକ ନୃତ୍ୟ ନାଟିକା କରିବା ପାଇଁ ଆଗ୍ରା ର ନଟରାଞ୍ଜଳି ଥିଏଟର ଆର୍ଟ ତଟଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି । ବିଶେଷ କରି ଶିବମ ସାହୁ ,

ଶୁଭେଛା ସାହୁ , ଆର୍ ପବିତ୍ରା , ସିଦ୍ଧି ତ୍ରିପୁରା ଦାସ, ସାଇ ସାଧ୍ୱୀ ପଣ୍ଡା ,ସାଇ ସାଯୋଚ୍ନା ପଣ୍ଡା , ନୈଷ୍ୟା ପଣ୍ଡା ପ୍ରମୁଖ ବୃନ୍ଦାବନ ର ବହୁ ଭାସି ଶାସ୍ତ୍ରୀୟ  ନୃତ୍ୟ ପରିବେଷଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS