ମଦ ଜବତ,ଜଣେ ଗିରଫ
ନୟାଗଡ (ରୀନା ସାହୁ) ନାଚୁଣୀ ଥାନା ନଈରୀ ଗ୍ରାମରେ ଚୋରା ମଦ କାରବାର ହେଉଥିବା ନେଇ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଖବର ପାଇଥିଲେ । ଖବର ପାଇ ଗତ କାଲି ସନ୍ଧ୍ୟାରେ ନାଚୁଣୀ ଥାନା ଅଧିକାରୀ ସଦଳ ବଳେ ଚଢ଼ାଉ କରିଥିଲେ । ଚଢ଼ାଉ କରି ଚୋରା ମଦ ବେପାରୀକୁ ଗିରଫ କରିବା ସହ 20 ଲିଟର ବିଅର ସହ 5 ଲିଟର ଆସ୍କା 40 ମଦ ଜବତ କରିଥିଲା ନାଚୁଣୀ ଥାନା ପୋଲିସ । ଚୋରା ମଦ କାରବାର ଅଭିଯୋଗରେ ନଈରୀ ଗ୍ରାମର ମଦ ବେପାରୀ ଦୀନବନ୍ଧୁ ସେଠୀ କୁ ଗିରଫ କରିଛି ପୋଲିସ । ଗିରଫ କରି ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ଦୀନବନ୍ଧୁ କୁ କୋର୍ଟ ଚାଲାଣ କରିଥିବା ପୋଲିସ ପ୍ରକାଶ କରିଛି....।
Post a Comment