BREAKING
Loading...
:

ଜୋର୍ ଜବରଦସ୍ତ ମାଛ ମାରିଲେ ଗାଁ ଲୋକେ, ଥାନା ଦ୍ବାରସ୍ଥ ହେଲେ ଏସ ଏଚ୍ଚ ଜି ମହିଳା

 ଜୋର୍ ଜବରଦସ୍ତ ମାଛ ମାରିଲେ ଗାଁ ଲୋକେ, ଥାନା ଦ୍ବାରସ୍ଥ ହେଲେ ଏସ ଏଚ୍ଚ ଜି ମହିଳା 

ନୟାଗଡ (ରୀନା ସାହୁ) ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରି ସ୍ୱଳ୍ପ ସୁଧ ହାରରେ ଋଣ ପ୍ରଦାନ କରି, ଗୋ ପାଳନ, ଛେଳି ଚାଷ, ମେଣ୍ଢା ଚାଷ, କୁକୁଡ଼ା ଚାଷ, ମାଛ ଚାଷ, ଧୁପ କାଠି ତିଆରି, ଫିନାଇଲ ତିଆରୀ ଆଦି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ନିମିତ୍ତ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଚନ୍ତି। ସେହିଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଲୋଧାଚୁଆ ପଂଚାୟତର ଅଡାଲ ଗ୍ରାମରେ। ସୂଚନା ଅନୁସାରେ ଅଡାଲ ଗ୍ରାମର ମା ମଙ୍ଗଳା ମହିଳା ବିକାଶ ଗୋଷ୍ଠୀ ଗତ ୨/୮/୨୦୨୨ ମସିହାରେ ସ୍ଥାନୀୟ ସରପଞ୍ଚଙ୍କ ସହ ନିୟମ ଅନୁସାରେ ଏଗ୍ରିମେଣ୍ଟ କଲାପରେ ଗ୍ରାମର ବାଞ୍ଛାବନ୍ଧରେ ଅଢେ଼ଇ ବର୍ଷ ହେଲା ମାଛ ଚାଷ କରି ଆସୁଥିଲେ । 

ଦୁଇ ବର୍ଷରେ ଚାରି ଥର ମାଛ ମାରି ବିକ୍ରୀ କରିଛନ୍ତି। କିନ୍ତୁ ଏ ବର୍ଷ ଗତ ମାର୍ଚ୍ଚ ୨୧ ତାରିଖ ଦିବା ଦଶଟା ବେଳେ ତାଙ୍କ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଗାଁ ଲୋକଙ୍କୁ ମେଳି କରି ଜୋର୍ ଜବରଦସ୍ତ ମାଛ ମାରୁଥିଲେ। ମାଛ ମାରୁଥିବା ଖବର ପାଇ ଉକ୍ତ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯାଇ ବାରଣ କରିବାରୁ ଉକ୍ତ ବ୍ୟକ୍ତି ମାନେ ମହିଳା ମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତୁରଂତ ମହିଳା ମାନେ ୧୧୨ ରେ କଲ୍ କରିବାରୁ ରଣପୁର ପୋଲିସ ପେଟ୍ରୋଲିଂ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାଛ ମାରୁଥିବା ବ୍ୟକ୍ତି ମାନଙ୍କୁ ମାଛ ନ ମାରିବା ପାଇଁ କହିଥିଲେ ବି ଗାଁ ଲୋକେ କଥା ମାନି ନଥିଲେ। ଏଣୁ ସେହି ଦିନ ରଣପୁର ଥାନାରେ ମହିଳା ମାନେ ଲିଖିତ ଅଭିଯୋଗ କରିଥିବା ବେଳେ , ରଣପୁର ଆଇ ଆଇ ସି ଆଶିଷ ଦେବ ସାହୁ ଅନୁସଂଧାନ ଜାରି ରଖିଥିବା କହିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଉକ୍ତ ଗ୍ରୁପ ର ସାଦସ୍ୟା ମାନେ ଗୁହାରୀ କରିଥିବା ବେଳେ ଆଇ ଆଇ ସି ଉଚିତ୍ ପଦକ୍ଷେପ ନେବେ ବୋଲି ମହିଳା ମାନଙ୍କୁ ସାନ୍ତ୍ଵନା ଦେଇଛନ୍ତି। ଏଠି କଥା ଉଠୁଛି ପୋଲିସ ଉପସ୍ଥିତିରେ ଗାଁ ଲୋକେ କିଭଳି ଜୋର୍ ଜବରଦସ୍ତ ନିଲାମ ଯାଇଥିବା ପୋଖରୀରୁ ମାଛ ଚୋରୀ କଲେ, ତାହା ସାଧାରଣରେ ପ୍ରଶ୍ନବାଚି, ପୋଲିସ ଉପସ୍ଥିତରେ କିଭଳି ସାହସ କଲେ ଗ୍ରାମ ବାସି ଗୋଟେ ନିଲାମ ଯୁକ୍ତ ପୋଖରୀରୁ ମାଛ ମାରିବା ପାଇଁ । ଏହି ଘଟଣା କୁ ନେଇ ରଣପୁର ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS