ଗୋପ ଆଦର୍ଶ ବିଦ୍ୟାଳୟ ପାଇଁ କୃତିତ୍ୱ ଆଣିଲେ ପ୍ରିୟାଂଶୀ l
ନିମାପଡା :- ୩୦/୦୩ (ମଣିଭଦ୍ରା ଖବର) ଚଳିତ ଶିକ୍ଷାବର୍ଷ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏନ ଏମ ଏମ ଏସ ପରୀକ୍ଷା ର ଫଳାଫଳ ଗତ କାଲି ପ୍ରକାଶିତ ହୋଇଛି l ଏହା ଗତ ଡିସେମ୍ବର ୨୨ ରିଖ ରେ ପୁରୀ ଜିଲ୍ଲା ସ୍କୁଲ ଉକ୍ତ ପରୀକ୍ଷା ଟି ଅନୁଷ୍ଠିତ ହୋଇଥିଲା l ଏଥିରେ ପୁରୀ ଜିଲ୍ଲାର ଗୋପ ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ପ୍ରିୟାଂଶୀ ଦାସ କୃତିତ୍ୱ ଅର୍ଜନ କରିଛନ୍ତି l ଯାହାଫଳରେ କୀ ଉକ୍ତ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗୁରୁଜୀ କୋଚିଙ୍ଗି ସେଣ୍ଟର ର ସମସ୍ତ ଗୁରୁଜୀ ଗୁରୁମା ନିରୁ ଗୁରୁଜୀ ପ୍ରିୟାଂଶୀ କୁ ସାଧୁବାଦ ଜ୍ଞାପନ କରିଛନ୍ତି l ଗୋପ ଅଞ୍ଚଳ ବିଶିଷ୍ଟ ସମାଜସେବୀ ତଥା ନିର୍ଭୀକ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ଏକ ମାତ୍ର କନ୍ୟା ପ୍ରିୟାଂଶୀ l ପୂର୍ବରୁ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ର ସହ କୃତିତ୍ୱ ଅର୍ଜନ କରିଛନ୍ତି l ଏହା ଭାରତ ସରକାର ଙ୍କ ବିଦ୍ୟାଳୟ ଶିକ୍ଷା ଓ ସକ୍ଷାରତା ବିଭାଗ ଦ୍ଵାରା ପରିଚାଳିତ ଏନ ଏମ ଏମ ଏସ ଯୋଜନା l ଏହା ମୁଖ୍ୟତଃ ଗରିବ ଶ୍ରେଣୀ ର ମେଧାବୀ ଛାତ୍ର/ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବାପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଏକ ପ୍ରୟାସ। ଏହା +2 ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ l ଏହି ସହାୟତା ଫଳରେ ଗରିବ ଶ୍ରେଣୀର ମେଧାବୀ ଛତ୍ର ଛାତ୍ରୀ ମାନେ ବିଶେଷ ପୁକୃତ ହୋଇପାରିବେ ବୋଲି ଅବିଭାବକ ମାନେ କହିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment