BREAKING
Loading...
:

ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ "ମହିଳା ସଶକ୍ତିକରଣ" କୁ ଗୁରୁତ୍ୱ

 ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ "ମହିଳା ସଶକ୍ତିକରଣ" କୁ ଗୁରୁତ୍ୱ      

   


 କୁଡୁମୁଲୁଗୁମ୍ମା  (ମଣିଭଦ୍ରା ଖବର) ପଞ୍ଚାୟତ ପରିସରରେ ରାଜ୍ୟ ସମବାୟ ବିଭାଗ ଓ ମହିଳା ସଶକ୍ତିକରଣ ଆନୁକୁଲ୍ୟରେ ଏକ ବାର୍ଷିକ ସାଧାରଣ ସମବାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମାଲକାନଗିରି ଜିଲ୍ଲା ସମବାୟ ସମୁହ ବରିଷ୍ଠ ସହକାରୀ ନିବନ୍ଧକ ଥିଲୋପାତି ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ ଵୈଳୀର ସଭାପତିତ୍ବ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ଡାଇରେକ୍ଟର ସାଧୂ ହନ୍ତାଳ, ଭଗବାନ ସାହୁ,ହରୀ ମାଢୀ , ପହଲା ପାଙ୍ଗୀ ଓ ତ୍ରୀନାଥ ସଗରୀଆ ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ କୁ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ । ଯେହେତୁ ଆଜିର କାର୍ଯ୍ୟକ୍ରମ ଟି ଚଳିତ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ କୁ ସମ୍ପୁର୍ଣ୍ଣ ଭାବେ ମହିଳା ମାନଙ୍କ ସଶକ୍ତିକରଣ ଉପରେ ପର୍ଯ୍ୟବେସିତ ଓ ସମର୍ପୀତ, ଏହି ଉଦ୍ଧେଶ୍ୟରେ ମୁଖ୍ୟ ଅତିଥି ଶ୍ରୀ ଶବର କହିଥିଲେ ଯେ ମହିଳା ମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ସହ ପାରିବାରିକ ଜୀବନ ଶୈଳୀରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି, ତା ମଧ୍ୟରୁ ପ୍ରତ୍ୟେକ ପଞ୍ଚାୟତରେ କୃଷି ସମବାୟ ସମିତି ଗଠନ ଓ ସମସ୍ତ PACS ମାନଙ୍କୁ ୫ ଲକ୍ଷ ଟଙ୍କାର ସିଡ୍ ମନି ସହାୟତା ପ୍ରଦାନ, ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ବୃଦ୍ଧି ସମୃଦ୍ଧି କେନ୍ଦ୍ର ସ୍ଥାପନ, ଅତ୍ୟାଧୁନିକ ଗୋଦାମ ଗୃହ ନିର୍ମାଣ, କିଷାନ କ୍ରେଡିଟ କାର୍ଡ ଜରିଆରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ତଥା ସ୍ୱୟଂ ସହାୟିକା ଦଳର ସଦସ୍ୟା ମାନଙ୍କୁ କୃଷି ଋଣ ରିହାତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଦୀର୍ଘ ମିଆଦୀ କୃଷି ଋଣ ରିହାତି ପ୍ରଦାନ ସହ କ୍ଷୁଦ୍ର ଜଳସେଚନ, ଉଦ୍ୟାନ କୃଷି,ଗୋପାଳନ ତଥା କୃଷି ଯନ୍ତ୍ରପାତି କ୍ରୟରେ ୭ % ପର୍ଯ୍ୟନ୍ତ ସୁଧ ରିହାତି ପ୍ରଦାନ କରାଯାଇଥିବା ଉଲ୍ଲେଖ କରିଥିଲେ । ଆଜିର ଏହି ବୈଠକରେ ପାଖାପାଖି ୨୦୦ ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲା ବେଳେ ୫୦ ରୁ ଉର୍ଦ୍ଧ ପୁରୁଷ କୃଷକ ମାନେ ଯୋଗ ଦେଇଥିଲେ । ପରିଶେଷରେ ଲ୍ୟାମ୍ପ ପରିଚାଳକ ଶ୍ରୀ ରାଉତ ସମସ୍ତ ଅତିଥି ମାନଙ୍କୁgc ଧନ୍ୟବାଦ ଅର୍ପଣ ସହ ବୈଠକରେ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ବୈଠକ ପରି ସମାପ୍ତି ଘୋଷଣା କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS