୩ ଦିନିଆ ଅଣତାଲିମପ୍ରାପ୍ତ କାଉନସେଲରମାନଙ୍କ ତାଲିମ ଶିବିର ଉଦଘାଟିତ
ଭୁବନେଶ୍ୱର (ମଣିଭଦ୍ରା ଖବର)
ଖୋର୍ଦ୍ଧା ଜିଲ୍ଲା, ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ -0୨ ଠାରେ ଜୁନିୟର ରେଡ କ୍ରସ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶକ୍ରମେ ୩ ଦିନିଆ ଅଣତାଲିମପ୍ରାପ୍ତ କାଉନସେଲରମାନଙ୍କ ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଭାସ୍କର ଲେଙ୍କା ସିନିୟର ଗୋଷ୍ଟି ଶିକ୍ଷା ଅଧିକାରୀ, ବେଗୁନିଆ ତଥା ଜିଲ୍ଲା ରେଡ କ୍ରସ ସମ୍ପାଦକ, ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ଡ଼ଃ ନିରଞ୍ଜନ ମହାନ୍ତି,ଉପସଭାପତି, ଶ୍ରୀଯୁକ୍ତ ମୁରଲୀଧର ପରିଡା,ଯୁଗ୍ମ ସମ୍ପାଦକ, ସମ୍ମାନିତ ଅତିଥି ଉପେନ୍ଦ୍ର ନାଥ ଦାସ, ବାବାଜୀ କୁମାର , ମମତା ହାବୁଡ଼ାସିଂ ପ୍ରଶିକ୍ଷକ ରୂପେ ଯୋଗଦାନ କରିଥିଲେ | ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଜା ସାହୁ ପ୍ରଶିକ୍ଷଣ ଶିବିର ସୁଚାରୁ ରୂପେ ପରିଚାଳନା କରିଥିଲେ | ଉକ୍ତ ପ୍ରଶିକ୍ଷଣ ଶିବିରରେ ୭0 ରୁ ଅଧିକ ପ୍ରଶିକ୍ଷକ, ତୋଫାନ କୁମାର ରାଉତରାୟ, ଜୁନିଅର ରେଡ଼କ୍ରସ ଅଧିକାରୀ, ଖୋର୍ଦ୍ଧା, ରଶ୍ମିରଂଜନ ସାହୁ, ଲୋକନାଥ ବିଶି,ଶଶୀକାନ୍ତ ଜେନାଓ ପାୟଲ ପ୍ରିୟଦର୍ଶିନୀ ସଂଯୋଜକ ଭାବେ, ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ହୋତା, ଭୁବନେଶ୍ୱର ର ବରିଷ୍ଠ କ୍ରୀଡା ଶିକ୍ଷକ ଜିତେନ୍ଦ୍ର ନନ୍ଦ ଏବଂ ବିଦ୍ୟାଳର ସମସ୍ତ କାଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ କାଯ୍ୟରତ କର୍ମୀ ସହଯୋଗ କରିଥିଲେ | ମୁଖ୍ୟ ଅଥିଥିଙ୍କର ଭାଷଣରେ ତାଲିମ ପାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବଗତି କରାଇଥିଲେ ଜୁନିଅର ରେଡକ୍ରସର ମହତ୍ୱ, ବିଦ୍ୟାଳୟରେ ଅଧୟନରତ ଛାତ୍ରଛାତ୍ରୀ ଙ୍କ ଜୀବନରେ ଏହା କିପରି ରୂପେ ପ୍ରତିଫଳିତ ହୋଇପାରିବ | ଅନ୍ୟ ଅତିଥି ଗଣ ସେମାନଙ୍କର ସମ୍ଭାଷଣରେ ଜୁନିଅର ରେଡକ୍ରସ ବିଷୟରେ ଉପସ୍ଥାପନା କରିଥିଲେ | ଶ୍ରୀଯୁକ୍ତ ତୋଫାନ କୁମାର ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଚନ୍ଦ୍ରମା ବେହେରା ମଞ୍ଚ ପରିଚାଳନା କରିଥିଲେ, ଶେଷରେ ଶଶୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ପ୍ରଶିକ୍ଷଣ ଶିବିର ସମ୍ବଳ ଶିକ୍ଷକମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق