କୋରାପୁଟ ଜାତୀୟ ରାଜପଥ କତୃପକ୍ଷ ଙ୍କର ଅବହେଳା ରୁ ଦୀର୍ଘ ୨୪ଘଣ୍ଟା ରାସ୍ତା ଜାମ୍
କୋରାପୁଟ (ମଣିଭଦ୍ରା ଖବର) ଗତ କାଲି ମଧ୍ୟରାତ୍ର ରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ମୋହନ ପଡl ଠାରେ ମାଟି ଦବୀ ଯିବାରୁ ଦୀର୍ଘ ୨୪ଘଣ୍ଟା ଧରି ରାସ୍ତା ର ଉଭୟ ପାଶ୍ୱ ରେ ହଜାର ହଜାର ଗାଡି ରାସ୍ତା ଉପରେ ଠିଆ ହୋଇଥିବା ବେଳେ ସାଧାରଣ ଯାତ୍ରୀ ଙ୍କ ଠୁ ଧରି କଲେଜ ପିଲାମାନେ ଏପରିକି ଆମ୍ବୁଲାନ୍ସ ବି ଏହି ରାସ୍ତା ରେ ଫସିଯାଇଥିବା ଦେଖିବାକୁ ମିଳିଥିଲା ଏପରିକି କିଛି ଯାତ୍ରୀ ଆଉ କଲେଜ ପିଲାମାନେ ରାସ୍ତା ରେ ଚାଲି ଚାଲି ଯାଉଥିବାର ଦେଖିବାକୁମିଳିଥିଲା l ପରେ ଘଟଣା ସ୍ଥଳ ରେ ସୁନାବେଡା ଥାନାଧିକାରୀ ନିର୍ମଳା ଙ୍କର ନେତୃତ୍ୱ ରେ ଟ୍ରାଫିକ ଜlମ ନିୟନ୍ତ୍ରିତ କରାଯାଇଥିଲା ଓ ଗାଡି ଗୁଡିକ ନିଜ ଲକ୍ଷ୍ୟ ସ୍ଥଳକୁ ଯାଇଥିଲେ l ସୂଚନା ଯୋଗ୍ୟ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ଠୁ ଧରି ଜନପ୍ରତିନିଧି ଜାତୀୟ ରାଜପଥ କତୃପକ୍ଷ ଙ୍କର ଏହି କାଯ୍ୟ କୁ ଅସନ୍ତୋଷ ଝାଡି ଥିବାବେଳେ ଆଉ ଶୀଘ୍ର ରାସ୍ତା କାମ ସାରିବାକୁ ପ୍ରଶାସନ ତାଗିଦ କରିଥିବା ବେଳେ ଆଜିର ଏହି ଘଟଣା କତୃପକ୍ଷ ଙ୍କ ର ମନମୁଖୀ କାଯ୍ୟକଳାପ ର ଏକ ଉଦାହରଣ ବୋଲି ସାଧାରଣ ରେ ଆଲୋଚନା ହେଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق