ବ୍ରହ୍ମପୁର ମହୋତ୍ସବ ଉଦଘାଟିତ
ବ୍ରହ୍ମପୁର (ମଣିଭଦ୍ରା ଖବର)
ଅଗ୍ରଣୀ ସାଂସ୍କୃତିକ ମହୋତ୍ସଵ ବ୍ରହ୍ମପୁର ମହୋତ୍ସବ 25 ସହ ଚଉଦ ତମ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀ ଶନିବାର ଫ ସ୍ଥାନୀୟ ଇଞ୍ଜିନିୟେରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଉଛି l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟଲ ସହ ସତୁରୁରୀ ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବା ସହ, ପ୍ରତ୍ୟକ ଦିନ ଓଡିଶା ର ପଯ୍ୟଟନ, ସାହିତ୍ୟ, ସଂସ୍କୃତି ଶୀର୍ଷକ ସହ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛିl ଏହି ଅବସରରେ ମୁଖ୍ୟଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଓ ମୁଖ୍ୟବକ୍ତା ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗ ଦେଇ ମହୋତ୍ସବ ର ଶୁଭାରମ୍ଭ କରିଥିଲେ। ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ପୋରହିତ୍ୟ ରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ରୂପେ ତହସିଲଦାର କ୍ଷୀରୋଦ ବିହାରି ଭରତ ନାଗ , ପୂର୍ବତନ କାଜୁ ନିଗମ୍ ଅଧ୍ୟକ୍ଷ ସୁବାସ ମହାରଣା, ଅତିରିକ୍ତ ଏସପିକୈଳାଶ ଚନ୍ଦ୍ର ବୁରୁଦା.ଓ ଏଏସ ତନୁଶ୍ରୀ ପାତ୍ର,ଶ୍ରୀକାନ୍ତ ସାବତ ପ୍ରମୁଖ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଇ ପ୍ରଶାନ୍ତ କୁମାର ପାତ୍ର, ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ, ପ୍ରକାଶ ଭାଜନୀ, ସଞ୍ଜୟ ମାଝୀ, ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି ଶ୍ରୀ ରବିଶଙ୍କର, ବିଭୀଷଣ ମଲିକ, , ତପନ ପଣ୍ଡା, ନିବେଦିତା ପାଢ଼ୀ, ପୁଷ୍ପାଞ୍ଜଳି ମହାପାତ୍ର, ସାଧନା ପାଢ଼ୀ, , ରିତାଞ୍ଜଳି ସ୍ୱାଇଁ, ମିନା ଦାଶ,ଅନିଲ ପାତ୍ର, ଅନନ୍ତ ପ୍ରଧାନ, ମନରଞ୍ଜନ ପାଢ଼ୀ, ପଣ୍ଡିତ ଶୁଭମ ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୂର୍ଯ୍ୟ ପାତ୍ର, ରଶ୍ମିତା ଦଳାଇ, ଗୁଲମ ରସୁଲ ସଂଯୋଜନା କରିଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment