BREAKING
Loading...
:

ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

 ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ 

ବୌଦ୍ଧ (ମଣିଭଦ୍ରା ଖବର) ଓଡିଶା ସବ ଅ ଡିନେଟ ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ବୌଦ୍ଧ ଜିଲାରେ ପ୍ରାଣୀଧିନ ନିରୀକ୍ଷକ, ବନପାଳ ଏବଂ ବନରକ୍ଷୀ ପଦବୀ ପାଇଁ  ଶାରିରୀକ ପରୀକ୍ଷା, ଉଚ୍ଚତା, ଓଜନ, ଆଦି  ସହିତ  ସାର୍ଟିଫି କେଟ ଯାଞ୍ଚ ଆସନ୍ତା ୩ ତାରିଖରେ ସକାଳ ୭ଘଟିକା ସମୟରେ ବଲାସିଙ୍ଗାଠାରେ ଥିବା ପଞ୍ଚମ ବାଟାଲିଅନ ପଡିଆଠାରେ ଅନୁଷ୍ଠିତ ହେବାକୁଥିବାବେଳେ ପରୀକ୍ଷା ପରିଚାଳନା ପାଇଁ  ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ  ଦିବା 1 ଘଟିକା  ସମୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାରିରୀକ ପରୀକ୍ଷା ସହିତ ସାର୍ଟିଫିକେଟ ଯାଞ୍ଚ  କରାଯିବ ।  ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ  ପରୀକ୍ଷା ସୁଚାରୁରୂପେ ପରିଚାଳନା କରିବାକୁ ଆଲୋଚନା ହୋଇଥିଲା । ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ପାନୀୟଜଳ, ଖାଦ୍ୟ, ଓଆରଏସ ଓ ଆବଶ୍ୟକୀୟ ଔ ଷଧ ମହଜୁଦ ରଖିବା ସହିତ ମେଡିକାଲ ଟିମ,ଅଗ୍ନିଶମ ବାହିନୀ ସଜାଗ ରହିବାକୁ  ପରାମର୍ଶ ଦିଆ ଯାଇ ଥିଲା । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯିବାସହ ଏନେଇ ପୁଣି ଥରେ ଏକ ବୈଠକ କରିବାକୁ ନିଷ୍ପତ୍ତି ନିଆ ଯାଇ ଥିଲା ।  ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡ. ରାମାରାଓ ପାଲୋ କାର୍ଯ୍ୟକ୍ରମ  କୁ ପରିଚାଳନା କରିଥିଲେ । ବୈଠକରେ ଡିଏଫଓ ଦେବପ୍ରିୟ କମ୍ପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ଜିଲା ମଙ୍ଗଳ ଅଧିକାରୀ ସୂ ର୍ଯ୍ୟନାରାୟଣ ବେହେରା, ଡ. ସଂଘମିତ୍ରା ପଣ୍ଡା, ଅବକାରୀ ଅଧିକ୍ଷକ ଶାନ୍ତି ମାରଣ୍ଡି, ଡେପୁଟି କମାଟେଣ୍ଟ ଚିତ୍ତରଞ୍ଜନ ମାଝୀ, ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଡେପୁଟି କଲେକ୍ଟର ସୁଚରିତା  ମୁଗ୍ରୀ,ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, ଅଗ୍ନିଶମ ଅଧିକାରୀ ସୁଧିର କୁମାର ଦାସ, ରିଜର୍ଭ ଇନିସପେକଟର କୁଳମଣି ଗିରି, ଜିଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଶାରିରୀକ ଶିକ୍ଷା ନିରୀ କ୍ଷକ ଆନନ୍ଦ କୁମାର ବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ରିତା କାନ୍ତି ବଳିୟାର  ସିଂହ  ଙ୍କ ସମେତ  ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS