ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ବାଇଁ ସ୍ମାରକୀ ଫୁଟ ବଲ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର କଳିଙ୍ଗ ସ୍ପୋଟର୍ସ ବିଜୟୀ
ଖଣ୍ଡପଡ଼ା ୨୮,୨( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ମଧୂଵନ ମିନି ଷ୍ଟାଡିୟମ ପରିସରରେ ସ୍ପୋର୍ଟସ ଆନୁକୂଲ୍ୟରେ ଚାଲିଥିବା ମହେନ୍ଦ୍ର ସ୍ବାଇଁ ସ୍ମାରକୀ ଫୁଟ ବଲ ଟୁର୍ଣ୍ଣାମେଣ୍ଟରେ ଦ୍ବୁତିୟ ସେମିଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଦ୍ବୁତିୟ ସେମିଫାଇନାଲ ମ୍ୟାଚ ରେ ଭୂବନେଶ୍ଵର କଳିଙ୍ଗ ସ୍ପ୍ରୋଟିଂ ୩-୨ ଗୋଲ୍ ରେ ପପୁ ଲାର କ୍ଲବ ଢେଙ୍କାନାଳ କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା। ମୂଖ୍ୟ ରେଫରି ଭାବେ ରାଜୁ ମହାନ୍ତି ମ୍ୟାଚ କୁ ପରିଚାଳନା କରିଥିଲେ। ପ୍ରସନ୍ନ କୁମାର ନାଏକ ଓ ବିଦେଶ କୁମାର ନାଏକ ।୪ ର୍ଥ ରେଫରି ଭାବେ କ୍ରିଡ଼ା ଶିକ୍ଷକ ଶମୀର ଖୁଣ୍ଟିଆ ଦାଇତ୍ୱ ତୁଲାଇଥିଲେ। ମୂଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ସାହୁ ଓ ସମ୍ମାନିତ ଅତିଥି ଖଣ୍ଡପଡ଼ା ତହସିଲଦାର ବିଶ୍ଵଵିସ୍ତୃତ ତ୍ରୀପାଠୀ, ଡଃ ବିଷ୍ଣୁ ପ୍ରସାଦ ଦାଶ , ବରିଷ୍ଠ କ୍ରୀଡ଼ା ବିତ ଭିକାରୀ ଚରଣ ଖଣ୍ଡାୟତ, ଅଖିଳ ମହାରଣା, ସାମ୍ବାଦିକ ବନ୍ଧୁଗଣ ଯୋଗଦାନ ଦେଇ ଉଭୟ ଦଳର ଖେଳାଳୀ ମାନ ଙ୍କୁ ଉତ୍ସାହ ପ୍ରେରଣା ଦେଇଥିଲେ।। ବିଶିଷ୍ଟ ଅତିଥି ଭାବେ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦାନ ଦେଇ ଥିଲେ। କଳିଙ୍ଗ ସ୍ପୋଟି ଭୂବନେଶ୍ଵର ଓ ଯୁବର୍ଜୋତୀ କ୍ଲବ କଟକ ମଧ୍ୟରେ ଫାଇନାଲ ମ୍ୟାଚ ୫ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି କ୍ଳବ୍ ତରଫରୁ ଜଣାପଡିଛି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment