BREAKING
Loading...
:

ଦିବ୍ୟାଙ୍ଗ ଜନଙ୍କ ପାଇଁ ପରୀକ୍ଷଣ ଶିବିର ଅନୁଷ୍ଠିତ

 ଦିବ୍ୟାଙ୍ଗ ଜନଙ୍କ ପାଇଁ ପରୀକ୍ଷଣ ଶିବିର ଅନୁଷ୍ଠିତ


ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହ ଠାରେ ଦିବ୍ୟାଙ୍ଗ ଜନ ଙ୍କ ପାଇଁ ଏକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗଜନ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ସେମାନଙ୍କୁ ବିଭିନ୍ନ ପ୍ରକାରର ସହଯୋଗ ଓ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ବଦ୍ଧ ପରୀକର। ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ଆଦି ଅନେକ ସୁବିଧା ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଯୋଗାଇ ଆସିଛନ୍ତି। ଏ ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ପ୍ରଶାସନ, ଦଶପଲ୍ଲା ବ୍ଲକ ପ୍ରଶାସନ ଓ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଅଗ୍ରଣୀ ସଂସ୍ଥା ଲିମ୍ବସ ଙ୍କ ମିଳିତ ଉଦ୍ୟମ ରେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଙ୍କ ପାଇଁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ପରୀକ୍ଷଣ ପରେ ଉପଯୁକ୍ତ ଦିବ୍ୟାଙ୍ଗ ଙ୍କୁ ଦିବ୍ୟାଙ୍ଗ ସାମଗ୍ରୀ ଯୋଗାଇ ଦିଆଯିବ। ଏ ଶିବିର ରେ ଦଶପଲ୍ଲା ଅଧ୍ୟକ୍ଷା ସୁନନ୍ଦା ସାହୁ,ଦଶପଲ୍ଲା ବ୍ଲକ ଏ ବି ଡି ଓ ସାରଦା ପ୍ରସନ୍ନ ମହାନ୍ତି, ବ୍ଲକ ଏସ ସି ଓ ପ୍ରିୟ ରଞ୍ଜନ ସାହୁ,ଲିମ୍ବସ ସଂସ୍ଥା ର ଅଧିକାରି ଗୌରୀ ଶଙ୍କର ବେହେରା   ଉପସ୍ଥିତ ଥିଲେ। ଏହି ଶିବିରରେ ୧୯୩ଜଣ ଦିବ୍ୟାଙ୍ଗଙ୍କୁ ଆଲିମିନ ପକ୍ଷରୁ ଉପକରଣ ମୋଟ ୨୩୬ଗୋଟି ଉପକରଣ ଦିବ୍ୟାଙ୍ଗ  ଆସନ୍ତା ମାର୍ଚ୍ଚ ମାସରେ ଆବଣ୍ଟନ କରାଯିବ ବୋଲି ଏବିଡିଓ ମହାନ୍ତି ପ୍ରକାଶ କରିଛନ୍ତି। ସେଥି ମଧ୍ୟରୁ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ  ହେଲେ ୬୬ଜଣ ଶ୍ରବଣ ଯନ୍ତ୍ର, ୨୯ଜଣଙ୍କୁ ହୁଇଲ ଚେୟାର, ୮ଜଣଙ୍କୁ ବାଙ୍କୁଲି ବାଡି, ୩୪ଜଣଙ୍କୁ ମାନସିକ କିଟ୍, ୨୪ଜଣଙ୍କୁ ଏଲବୋ ଷ୍ଟିକ୍, ୩୦ଜଣଙ୍କୁ ୩ଚକିଆ ସାଇକେଲ, ୧୫ଜଣଙ୍କୁ ବ୍ୟାଟେରୀ ଚାଳିତ ସାଇକେଲ, ୭ଜଣଙ୍କୁ ସ୍ମାର୍ଟ ବାଡି, ୩ଜଣଙ୍କୁ ସ୍ମାର୍ଟ ଫୋନ, ୮ଜଣଙ୍କୁ ୱାର୍କର, ୧ଜଣଙ୍କୁ ସିପି ଚେୟାର, ୫ଜଣ ଶିଶୁଙ୍କୁ ରୋଲେଟର ଖେଳନା ଏବଂ ୬ଜଣଙ୍କୁ ଆଶାବାଡି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS