୭ଲକ୍ଷଟଙ୍କା ବ୍ୟୟ ବରାଦରେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଏକ ସୁଲଭ ଶୌଚାଳୟ ନିର୍ମାଣ
ଚାରିଛକ ଅଞ୍ଚଳରେ ଏକ ଶୌଚାଳୟ ନିର୍ମାଣ ନିମନ୍ତେ ବାରମ୍ବାର ବିଭିନ୍ନ ସଙ୍ଗଠନ ତରଫରୁ ଦାବି ହୋଇ ଆସୁଥିଲା | ଭୋଦର ଗ୍ରାମପଞ୍ଚାୟତ ପାଣ୍ଠିରୁ ୭ଲକ୍ଷଟଙ୍କା ବ୍ୟୟ ବରାଦରେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଏକ ସୁଲଭ ଶୌଚାଳୟ ନିର୍ମାଣ କରାଯାଇଥିଲା। ୨୦୨୨ଜାନୁଆରି ୯ ତାରିଖରେ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏହାକୁ ଲୋକାର୍ପଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ ତାଲା ଝୁଲୁଛି । ଶୌଚାଳୟଟି ଖୋଲା ରହିଲେ ଚାରିଛକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସହଯୋଗୀଙ୍କ ସମେତ ଏହି ବାଟଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଉପକୃତ ହୋଇପାରନ୍ତେ। ବର୍ତ୍ତମାନ ଏହି ଗୃହଟି ଗଛଲତାରେ ପରିପୂର୍ଣ୍ଣ ହୋଇ ସରୀସୃପଙ୍କ ଚରାଭୂଇଁ ପାଲଟିଛି । ଏଠାରେ ନିଶାଡ଼ିଙ୍କ ଯାତାୟାତ ସବୁବେଳେ ଲାଗି ରହୁଛି। ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଞ୍ଚଳବାସି କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment