ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକ ରେ ଗତ ୨୪ ତାରିଖ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଜନସୁଣାଣି ଶିବିର ଆୟୋଜନ ହୋଇଯାଇଅଛି। ଜିଲ୍ଲା ପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଉପଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର , ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନ ଜିତୁ ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ , ଜିଲ୍ଲା ଆରକ୍ଷୀ ଅଧକ୍ଷକ ଏସ ସୁଶ୍ରୀ ଖଣ୍ଡପଡ଼ା ଏସଡିପିଓ ବିମଳ କୁମାର ବାରିକ , ବିଡ଼ିଓ ଅଙ୍କୁର ଅଭିଳାଷ , ତହସିଲଦାର ବିଶ୍ଵଵିସ୍ତୃତ ତ୍ରୀପାଠୀ ଙ୍କ ସମେତ ବହୁ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଖଣ୍ଡପଡ଼ା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଜନସାଧାରଣ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଉପସ୍ଥିତ ଅଧିକାରୀ ଉପସ୍ଥିତ ଥିଲେ। ଶିବିର ରେ ସର୍ବମୋଟ ୧୨୩ଟି ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ୧୧୩ ଟି ବ୍ୟକ୍ତିଗତ ୨ ଟି ଗ୍ରାମର ସମସ୍ୟା ମୂଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହଯ୍ୟ ନିମନ୍ତେ ୮ ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।୨୫ ଟି ସ୍ବତନ୍ତ୍ର ସମାଧାନ କରାଯାଇଛି। ବାକିସବୁ ଅଭିଯୋଗ ଗୁଡ଼ିକ ତୁରନ୍ତ ସମାଧାନ କରି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲା ପାଳ ଓ ବ୍ଲକ ବିଡ଼ିଓ ଅନ୍ୟ ଉପରିସ୍ଥ କର୍ମଚାରୀଙ୍କ ସୁଚନା ଦେଇ ଲୋକମାନଙ୍କୁ ବୁଝାଇବାରେ ସଖ୍ୟମ ହୋଇଛନ୍ତି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment