ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ଅକାଳ ମୃତ୍ୟୁ
ଗଣିଆ (ମଣିଭଦ୍ରା ଖବର) ଘରୁ ସକାଳୁ ବାହାରି ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଛି ଜଣେ ଯୁବକ । ମୃତ୍ୟୁବରଣ କରିଥିବା ଯୁବକ ଜଣକ ଏରୁଣ୍ଡିପଥର ନିକଟସ୍ଥ ନୃସିଂହ ପ୍ରସାଦ ଗ୍ରାମର ରବି ପାଇକରାୟଙ୍କ ସାନପୁଅ ବିକାଶ ପାଇକରାୟ ବୋଲି ଜଣାପଡିଛି । ଗଣିଆ ନିକଟସ୍ଥ ଗୋପାଳପ୍ରସାଦ ଠାରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଜରିଆରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ପରେ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ନୟାଗଡରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲିି ଜଣାପଡିଛି । ତେବେ ଯୁବକଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment