ମିଶନଶକ୍ତି ପାଇଁ କଳଙ୍କ ।
ବାହାରଣା ମିଶନ ଶକ୍ତି ଗୃହରେ ତାଲା ପକାଇଲେ ଶତାଧିକ ମହିଳା ଓ ଚାଷୀ ।
ପୁରୀ (ମଣିଭଦ୍ରା ଖବର) ନିମାପଡା ବ୍ଲକ ବାହାରଣା ପଞ୍ଚାୟତ ରେ ଥିବା ସୁରକ୍ଷା - ୨୮ ର ମହା ଦୁର୍ନୀତି ସହିତ ଲକ୍ଷେପତି ଦିଦି ଚୟନରେ ଅନିମିୟତା ଓ ଧାନ ମଣ୍ଡିରେ ଚାଷୀ ମାନଙ୍କ ଧାନର ଅଭାବୀ ବିକ୍ରି ଯୋଗୁଁ ପଞ୍ଚାୟତ ରୁ ବିଭିନ୍ନ ମହିଳା ଗୋଷ୍ଟି ରୁ ଶତାଧିକ ମହିଳାମା ଓ ଚାଷୀ ମାନେ ଆସି ମିଶନ ଶକ୍ତି ଗୃହରେ ତାଲା ପକାଇ ଛନ୍ତି ।ସୂଚନା ରୁ ପ୍ରକାଶ ଯେ ପୂର୍ବରୁ ଏହି ସୁରକ୍ଷା - ୨୮ ନାମରେ ଥିବା ମିଶନ ଶକ୍ତି ରେ କାର୍ଯ୍ୟ ସମ୍ପାଦନ କରୁଥିବା ସଭାନେତ୍ରୀ ,ସମ୍ପାଦିକା ,ଏମ ବି କେ ସହିତ ପୂର୍ବରୁ ଦାଇତ୍ୱରେ ଥୁବା ଭି ଏଲ ସି ଅଧିକାରୀ ମିଳିତ ସହଯୋଗରେ ମହିଳା ସଭ୍ୟା ମାନଙ୍କୁ ନ ଜଣାଇ ଜାଲିଆତି କରି ମନଇଚ୍ଛାରେ ବିଭିନ୍ନ ପ୍ରକାର ଆଳରେ ମିଶନ ଶକ୍ତି ଲାଭନ୍ସ ରୁ ଅର୍ଥ ରୁ ଲକ୍ଷାଧିକ ଟଙ୍କା ଟଙ୍କା ଉଠାଇ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିବାର ପୂର୍ବରୁ ଅଭିଯୋଗ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପାଖରେ ବାର ବାର ଅଭିଯୋଗ ହୋଇଥିଲା । ସେହିଭଳି ପଞ୍ଚାୟତରେ ଥିବା ୧୮୦ ରୁ ଉର୍ଦ୍ଧ୍ବ ମହିଳା ଗୋଷ୍ଟି ଥିବା ବେଳେ ଅଧାରୁ ଅଧିକ ଗୋଷ୍ଠି ମାନେ ଲକ୍ଷେପତି ଦିଦି ରୁ ବଞ୍ଚିତ ରହିଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ଗୋଟିଏ ଗୋଟିଏ ଗ୍ରୁପରୁ ୫ରୁ୧୦ ଜଣ ମହିଳା ଙ୍କ ନାମ ଥିବା ବେଳେ କେତେକ ମହିଳା ଗୃପରେ ମହିଳା ଙ୍କ ନାମ ଜାଣିଶୁଣି ଦେଇ ନାହାନ୍ତି ବୋଲି ମହିଳାମାନେ କହିଛନ୍ତି । ଉକ୍ତ ଯୋଜନା ରୁ ବଞ୍ଚିତ ହୋଇଥିବା ମହିଳା ମାନେ ଆସି ମିଶନ ଶକ୍ତି କାର୍ଯ୍ୟଳୟକୁ ତାଲା ପକାଇ ଥିଲେ । ଏହି ଶିବିରକୁ ବନ୍ଦ କରି ପୁନଃ ଚୟନ କରି ପ୍ରଶିକ୍ଷଣ ଶିବିର କରିବା ପାଇଁ କମଳି ଭୋଇ ,ନିନୁ ଭୋଇ ,ଝରଣା ଭୋଇ ,କବିତା ଭୋଇ ,ରେବ ଭୋଇ , ମମତା ନାୟକ ,ଅହଲ୍ୟା ନାୟକ,ସବିତା ମିଶ୍ର ,ସ୍ୱର୍ଣ୍ଣ ଲତା ବିଶ୍ୱାଳ ,ତୁଳସୀ ରାଉତ, ନିରୂପମା ପଣ୍ଡା ,ରୀନା ମହାନ୍ତି , ସୁଜତା ମଲ୍ଲ ,ଜୋସ୍ନାରଣୀ ପଣ୍ଡା ବାସନ୍ତୀ ରାୟ , ଇଭାଲିନି ପରିଡା ,ମିନତୀ ମଲ୍ଲ ,ଗୀତାଞ୍ଜଳି ପ୍ରଧାନ , ଅନୁସାୟା ନାୟକ , ରିନାରଣୀ ନାୟକ ,କବିତା ନାୟକ ,କନକ ଲତା ସ୍ୱାଇଁ,ମିନତୀ ମଲ୍ଲ ସହିତ ଶତାଧିକ ମହିଳା ମାନେ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ବାହାରଣା ପଞ୍ଚାୟତରେ ଥିବା ଚାଷୀମାନେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହେଲା କେତେକ ଚାଷୀଙ୍କ ମୋବାଇଲି କୁ ମେସେଜ ଆସୁନାହିଁ କି ଜାଣିଶୁଣି ଟୋକନ ଦେଉ ନାହାନ୍ତି ।ଯାହା ଫଳରେ ଚାଷୀ ଧାନ ମଣ୍ଡିରେ ନଦେଇ ପାରି ଶାଗମାଛ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଙ୍କ ପ୍ରତିଶ୍ରୁତି ବାଟ ବଣା ହୋଇଛି ଉକ୍ତ ବାହାରଣା ପଞ୍ଚାୟତରେ। ରାଜ୍ୟ ସରକାର ରାଜ୍ୟର କୌଣସି ଚାଷୀ ଧାନ ବିକ୍ରି କରିବା ରେ ବଞ୍ଚିତ ହେବେ ନାହିଁ ବୋଲି ଡାକରା ଦେଉଥିବା ବେଳେ ବାହାରଣା ପଞ୍ଚାୟତ ସୁରକ୍ଷା-୨୮ ମିଶନ ଶକ୍ତିରେ ବେପାରିମାନେ ଧାନ ବିକ୍ରି କରି ମାଲ ମାଲ ହେଉଛନ୍ତି ବୋଲି ଚାଷୀ ସର୍ବେଶ୍ୱର ରଥ ,ବିଜେପି ଯୁବ ନେତା ଦିଲିପ କୁମାର ମହାନ୍ତି ,ପବିତ୍ର ଭୋଇ ,୮ ନଂ ଓୟାଡ଼ ସଭ୍ୟ ସରୋଜ କୁମାର ମହାନ୍ତି, ସୁବାସ ପଟନାୟକ ,,ଜଟାଧାରୀ ଭୋଇ ,ଓୟାଡ଼ ସଭ୍ୟ ଲକ୍ଷ୍ମୀଧର ମିଶ୍ର ,ବିଜେପି ସଭାପତି ବ୍ରଜକିଶୋର ନାୟକ ,ବିଭୁତି ଜେନା ,ଗୌତମ ଦାସ ,ରମେଶ ଚନ୍ଦ୍ର ସ୍ୱାଇଁ ଈଶ୍ୱର ଭୋଇ ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ ।ତୁରନ୍ତ ସୁରକ୍ଷା-୨୮ ର ମଣ୍ଡିର ଆୟବେୟ ସହିତ ଲକ୍ଷେପତି ଦିଦି ପୁନଃ ଚୟନ କରିବା ସହିତ ସଠିକ ତଦନ୍ତ କରି ଧାନ ମଣ୍ଡିରେ ବିକ୍ରି କରିବା ସହିତ ପଞ୍ଚାୟତ ରୁ ବିଭିନ୍ନ ଗ୍ରୁପରୁ ମହିଳା ସହିତ ଚାଷୀ ମାନେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ପାଖରେ ଦାବି କରିଛନ୍ତି ।ଯଦି ଆଗାମୀ ଦିନରେ ଏହାକୁ ସଂଶୋଧନ କରିବା ସହିତ ନୂତନ ସଭାନେତ୍ରୀ ,ସମ୍ପାଦିକା ଡାଟା ଅପରେଟର ଏମ ବି କେ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଯଦି ଏହାର ସମାଧାନ କରାନଯାଏ ତାହାଲେ ରାଜରାସ୍ତାକୁ ଓଲ୍ହାଇବୁ ବୋଲି ଶତାଧିକ ମହିଳା ସହିତ ଚାଷୀମାନେ ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment