BREAKING
Loading...
:

ଖଣ୍ଡପଡ଼ା ସହର ଡ଼ାକବଙ୍ଗଳା ଠାରେ ପ୍ରେସ ମିଟି

 ଖଣ୍ଡପଡ଼ା ସହର ଡ଼ାକବଙ୍ଗଳା ଠାରେ ପ୍ରେସ ମିଟି।

ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ର ସବାଙ୍ଗିନ ଉନ୍ନତି ମୋର ମୂଳ ଲକ୍ଷ୍ୟ ବିଧାୟକ । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ର ସବାଙ୍ଗିନ ଉନ୍ନତି ମୋର ମୂଳ ଲକ୍ଷ୍ୟ ବୋଲି ସ୍ଥାନୀୟ ବିଧାୟକ ଙ୍କ ଦୁସଂନ୍ତ କୁମାର ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବା ଜଣାପଡିଛି। ଶନିବାର ମଧ୍ୟାହ୍ନରେ ସ୍ଥାନିୟ କୃତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏକ ସାକ୍ଷାତକାର ରେ ଗତ ସାଧାରଣ ନିର୍ବାଚନ ପରଠାରୁ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଖଣ୍ଡପଡ଼ା ଓ ଭାପୁର ବ୍ଲକ ସହିତ ଖଣ୍ଡପଡ଼ା ସହରାଞ୍ଚଳ ରେ ଅବସ୍ଥିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପରିଦର୍ଶନ କରି ସେଗୁଡିକର ଉନ୍ନତି କରଣ ଓ ବିକାଶ ପାଇଁ ସରକାର ଙ୍କୁ ପ୍ରସ୍ତାବ ଦେଇ ଥିବାବେଳେ ମୁଣ୍ଡିଆ ହନୁମାନ ପିଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ, କଣ୍ଟିଲୋ କୁ ଅଇତିହ ଗ୍ରାମ ଭାବେ ଘୋଷଣା, ସହରାଞ୍ଚଳ ରେ ପଠାଣି ସାମନ୍ତ ଙ୍କ ନୂତନ ପ୍ରତି ମୂର୍ତି ନିର୍ମାଣ ପାଇଁ ଅର୍ଥ ବ୍ୟବସ୍ଥା,ମାଁ ଉମାଦେବୀ ପିଠ, ପଠାଣି ସାମନ୍ତ ଙ୍କ ସ୍ମୃତି ମନ୍ଦିର ଓ ପାଠାଗାର ସହ ବାକ୍ଷାନକେନ୍ଦ୍ର ପାଇଁ ସ୍ବତନ୍ତ୍ର ଅନୁଦାନ ର ବ୍ୟବସ୍ଥା,ବନ୍ଦ ବିମଳେଶ୍ଵର ର ଉନ୍ନତି କରଣ, ଚାଷଜମି କୁ ଜଳ ସେଚନ ନିମନ୍ତେ ଖଣ୍ଡପଡ଼ା ବ୍ଲକ ର ତିନି ଗୋଟି ଓ ଭାପୁର ବ୍ଲକ ର ଗୋଟିଏ ଜଳ ସେଚନ ପ୍ରକଳ୍ପମାନ ପୂର୍ଣ୍ଣ ରୁଧାର , ରାସ୍ତା, ପାର୍କ,ଗମନାଗମନ ର ସରଳୀକରଣ ନିମନ୍ତେ ସରକାରି ବସ୍ ପ୍ରଚଳନ,ନୂତନ ବିଦ୍ୟୁତ ଗ୍ରୀଡ ଓ ପ୍ଲାନେଟୋରିୟମ , ତିନିଗୋଟି ମହାବିଦ୍ୟାଳୟ ରେ ଅଡିଟୋରିୟମ ତଥା ନୂତନ ଶ୍ରେଣୀ ଗୃହ, ଖଣ୍ଡପଡ଼ା ଓ ଭାପୁରେ କ୍ରୀଡ଼ା ବିକାଶ ନିମନ୍ତେ ଷ୍ଟାଡିୟମ, ସର୍ବୋପରି ଖଣ୍ଡପଡ଼ା କୁ ଏକ ସବଡିଭିଜନରେ ପରିଣତ କରିବା ନିମନ୍ତେ ସରକାର ସ୍ତରରେ ପ୍ରୟାସ କରାଯାଉଥିବା ସମ୍ପର୍କରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଥିଲେ। ଖଣ୍ଡପଡ଼ା ଏନ୍ ସି କାର୍ଯ୍ୟାଳୟରେ ହେଉଥିବା ଦୃନିତି ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ପ୍ରଶ୍ନ ଉତ୍ତର ରେ ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରୀଂକ ଦ୍ବାରା ଏନ୍ ସି କାର୍ଯ୍ୟାଳୟ ସମୀକ୍ଷା ରେ ଆବସକୀୟ କାର୍ଯ୍ୟ ଅନୁଷ୍ଠାନରହେବା ସମ୍ପର୍କରେ ବିଚାର କରାଯିବ ବୋଲି ବିଧାୟକ ସୁଚନା ଦେଇ ଥିଲେ। ସମାଜ ସେବୀ ଚିତ୍ତରଞ୍ଜନ ମିଶ୍ର, ଧନ୍ୟବାଦ ଅର୍ପଣ କରି ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ଭିକାରୀ ଚରଣ ଖଣ୍ଡାୟତ, ଓ ଶିଖରପୁର ପୂର୍ବତନ ସରପଂଚ ନବ କିଶୋର ସାହୁ ଏହି ବୈଠକ ରେ ଯୋଗଦାନ ଦେଇ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS