BREAKING
Loading...
:

ନୋଡାଲ ବିଦ୍ୟାଳୟ ରେ ଶିକ୍ଷକ ଓ ଅଭିଭାବକ ବୈଠକ

 ନୋଡାଲ ବିଦ୍ୟାଳୟ ରେ ଶିକ୍ଷକ ଓ ଅଭିଭାବକ ବୈଠକ।

ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୋଡାଲ ଉପ୍ରା ବିଦ୍ୟାଳୟ ରେ 

ଛତ୍ର ଛାତ୍ରୀ ଙ୍କ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପ୍ରଧାନଶିକ୍ଷକ ଶିଶିର କୁମାର ସାହୁ ଙ୍କ ପୈାରହିତ ରେ ଅନୁଷ୍ଠିତ ବୈଠକ ରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ। ଅସୁରକ୍ଷିତ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀ ମାନେ ବସି ପାଠ ପଢ଼ୁଥିବାବେଳେ ବିଦ୍ୟାଳୟ ର ଚତୁଃପାର୍ଶ୍ଵରେ ସୁରକ୍ଷା ପ୍ରାଚୀର ନଥିବାରୁ ଅସାମାଜିକ ଯୁବକ ମାନେ ଅନୁଷ୍ଠାନ ର ପରିପାଶ୍ଵରେ ଆଡା ଜମାଇଥିବା ରୁ ଏନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ପରିପାଶ୍ଵ ର ଉନ୍ନତି କରଣ ଦିଗ ରେ ବିଭାଗିୟ ଉଚ୍ଚ କତୃପକ୍ଷଙ୍କୁ ଲୋକ ପ୍ରତିନିଧି ମାନେ ଧ୍ୟାନ ଦେଉନଥିବାରୁ ସମୟ ନୁକ୍ରମେ ବିଦ୍ୟାଳୟ ଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ନେଇ ବୈଠକ ରେ ପୁଖାନୁପୁଖ ଆଲୋଚନା ହୋଇଥିଲା। ଅଭିଭାବକ ଙ୍କ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରକାଶ କରିବା ସହ ବିଦ୍ୟାଳୟ ର ସାମଗ୍ରିକ ବିକାଶ ନିମନ୍ତେ ଖଣ୍ଡପଡ଼ା ଉଚ୍ଚ ଶିକ୍ଷାଧିକାରୀ, ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ ଲିଖିତ ଭାବେ ଜଣାଇ ଦିଆଯାଇଥିବା ନେଇ ମତ ଦେଇଥିଲେ ତେବେ ଖୁବଶିଘ୍ର ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ନୟାଗଡ଼ ଜିଲ୍ଲାପାଳ ଓ ବିଧାୟକ ଙ୍କୁ ଭେଟି ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବେ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS