କେନ୍ଦୁପଲ୍ଲୀ ସୋସାଇଟିରେ ଧାନ ମଣ୍ଡି ଉଦଘାଟିତ
ବାଙ୍କୀ ( ମାନସ ରଞ୍ଜନ ସାହୁ) ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ସମବାୟ ସମିତି ପରିସରରେ ଶନିବାର ଧାନ ମଣ୍ଡି ଉଦଘାଟିତ ହୋଇଛି. କାର୍ଯ୍ୟକ୍ରମ କୁ କେନ୍ଦୁପଲ୍ଲୀ ପଂଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ଉପସ୍ଥିତ ରେ ସୋସାଇଟି ସଭାପତି ନିରଞ୍ଜନ ଗୁରୁ ନଡ଼ିଆ ଭାଙ୍ଗି ମଣ୍ଡିକୁ ଉଦଘାଟନ କରିଥିଲେ. ସମିତି ସମ୍ପାଦକ ଧରଣୀଧର ମହାନ୍ତିଙ୍କ ସୂଚନା କ୍ରମରେ ପ୍ରଥମ ଦିବସରେ ପଞ୍ଜିକୃତ ଚାଷୀ ଭିତରୁ 25ଜଣ ଚାଷୀ 400କୁଇଣ୍ଟାଲ ଧାନ ଠାରୁ କିଣାଯିନ ବୋଲି ସୂଚନା ମିଳିଛି.ଚାଷୀ ଅଭିମନ୍ୟୁ ସାହୁ ଧୋବେଇ ସାହୁ, ଉଦୟନାଥ ସାହୁ, ସୁଦର୍ଶନ ସାହୁ, ଅନାମ ଚରଣ ସାହୁ, ବସନ୍ତ ସାହୁ ରବିନାରାୟଣ ଖୁଣ୍ଟିଆ, ପ୍ରଫୁଲ ସାହୁ, ମହେଶ୍ୱର ସାହୁ, ସୁରେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗଦେଇଥିବା ବେଳେ ସମିତି ଭାରପ୍ରାପ୍ତ ସମ୍ପାଦକ ପ୍ରତାପ କୁମାର ସାହୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କି
Post a Comment