BREAKING
Loading...
:

ସର୍ବଭାରତୀୟ ଟାଙ୍ଗୀ କପ୍ ଫୁଟବଲ୍। ରଙ୍ଗବାଜ କ୍ଳବ୍ ଜଗଦଲପୁର ଫାଇନାଲରେ

 ସର୍ବଭାରତୀୟ ଟାଙ୍ଗୀ କପ୍ ଫୁଟବଲ୍। ରଙ୍ଗବାଜ କ୍ଳବ୍ ଜଗଦଲପୁର ଫାଇନାଲରେ।

ଟାଙ୍ଗୀ ଖୋର୍ଦ୍ଧା ତା ୧୦/୧ (ରୀନା ସାହୁ) ଚିଲିକା ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଟାଙ୍ଗୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ରେ ଜଗଦଲପୁର ରଙ୍ଗବାଜ ଫୁଟବଲ୍ କ୍ଳବ୍ ଓ ଆକ୍ୟୁଆ ଫୁଟବଲ୍ ଏକାଡେମୀ ରାଞ୍ଚି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଟି ଖୁବ୍ ସଂଘର୍ଷପୂର୍ଣ ହୋଇଥିଲା। ରଙ୍ଗବାଜ ଫୁଟବଲ୍ କ୍ଳବ୍ ୨-୦ ଗୋଲରେ ଆକ୍ୟୁଆ ଫୁଟବଲ୍ କ୍ଳବ୍ କୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଛି। ଖେଳ ପରିଚାଳନା କରିଥିଲେ ଜିତେନ୍ଦ୍ର ପାତ୍ର। ତାଙ୍କୁ ସହାୟତା କରିଥିଲେ ପ୍ରିୟବ୍ରତ ବାହିନୀପତି, ସତ୍ୟ ରଂଜନ ସ୍ବାଇଁ ଓ ନନ୍ଦ କିଶୋର ସ୍ବାଇଁ। ଅତିଥି ଭାବେ ଡାକ୍ତର ମଧୁସୂଦନ ସେନାପତି, ଡାକ୍ତର ସତ୍ୟ ରଂଜନ ନନ୍ଦ, ରତନପୁର ସରପଞ୍ଚ ଗୁରୁଦେବ ବେହେରା, ପୂର୍ବତନ କୁହୁଡି ସରପଞ୍ଚ ଜୟଦେବ ବେହେରା, ପ୍ରାକ୍ତନ ଫୁଟବଲ୍ ଖେଳାଳି ହାକିମ ମୀରା,ଯୁବ ସମାଜସେବୀ ଶୁଭେନ୍ଦୁ ରଣସିଂହ, କମିଟି ସଭାପତି କିଶୋର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ଉପଦେଷ୍ଟା ବିଜୟ କୁମାର ରାଉତ। ଆକ୍ୟୁଆ ଦଳର ୧୭ ନମ୍ବର ଖେଳାଳି ପ୍ରଦୀପ ମୁଣ୍ଡାଙ୍କୁ ଖଲେଶ୍ବର ସାହୁ ସ୍ମାରକୀ ଓ ରଙ୍ଗବାଜ ଦଳର ୫୫ ନମ୍ବର ଖେଳାଳି ମୁନା ରାମକର୍ମା ଙ୍କୁ ଡାକ୍ତର କରୁଣାକର ଶ୍ରୀ ଚନ୍ଦନ ସ୍ମାରକୀ ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରାଯାଇଥିଲା। ଆସନ୍ତାକାଲି ତା ୧୧/୧ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ୱେଲଫେୟାର ୟୁଥ୍ କ୍ଲବ୍ ରାଉରକେଲା ଓ ମା କାମାକ୍ଷା ସ୍ପୋର୍ଟସ କ୍ଳବ୍ ବକ୍ସାର, ବିହାର ମଧ୍ୟରେ ଅନୁଷ୍ଠିତ ହେବ।

ମଣିଭଦ୍ରା ଖବର,ନୟାଗଡ


Post a Comment

Previous Post Next Post
Header ADS