BREAKING
Loading...
:

ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ସଭା ଗୃହରେ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗିରିଧାରୀ ସେଠୀ, ପଞ୍ଚାୟତ ଏଡିଇଓ ଅନିଲ କୁମାର କଅଁର, ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ତଥା ତଦୁର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଯାଇଥିଲା । ଗଣିଆ ପଞ୍ଚାୟତର ପ୍ରାୟ ୨୦ ଜଣ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ଭତ୍ତା ପ୍ରଦାନ କରିଯାଇଥିବା ଏଡିଇଓ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS