BREAKING
Loading...
:

ଜାତୀୟ ଯୁବ ଦିବସରେ ସମ୍ମାନିତ ହେଲ କବି ଓ ଆଦର୍ଶ ଶିକ୍ଷକ "

 ଜାତୀୟ  ଯୁବ ଦିବସରେ ସମ୍ମାନିତ ହେଲ କବି ଓ ଆଦର୍ଶ ଶିକ୍ଷକ "

(ମଣିଭଦ୍ରା ଖବର) ବ୍ରହ୍ମପୁରରେ ଚାଲିଥିବା ବିବେକାନନ୍ଦ ସାଂସ୍କୃତିକ ମେଳା-୨୦୨୫ ଆନୁକୂଲ୍ୟରେ ଜାନୁୟାରୀ ୧୧,୧୨,୧୩  ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ଦୁଇଜଣ ଯୁବ ପ୍ରତିଭା ମିହିର ରଞ୍ଜନ ତ୍ରିପାଠୀ ଏବଂ ତାଙ୍କ ସହଧର୍ମିଣୀ ପୁଷ୍ପଗୁଛ ସହ "ସାହିତ୍ୟ ମିତ୍ର" ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେହି ଦୁଇଜଣ ଯୁବ ପ୍ରତିଭା ହେଲେ  ଆଦର୍ଶ ଶିକ୍ଷକ,ଯୁବକବି,ତଥା ନୟାଗଡ଼ ଜିଲ୍ଲାର ସାହିତ୍ୟ ସୃଜନୀର(ଏସ.ଆର.ଜି) ଡକ୍ଟର ପ୍ରତାପ କୁମାର ପରିଡ଼ା  ଓ  ଆଦର୍ଶ ଶିକ୍ଷକ,ଯୁବକବି,ତଥା ନୟାଗଡ଼ ବ୍ଲକର ସାହିତ୍ୟ ସୃଜନୀର (ମାଷ୍ଟର ଟ୍ରେନର) ଡକ୍ଟର ଶିଶିର ନାୟକ ା 

ସେମାନେ ଏହି ଜାତୀୟ ଯୁବ ଦିବସରେ ସାହିତ୍ୟ ମିତ୍ର ହୋଇ ବିବେକାନନ୍ଦଙ୍କ ପରି ସାହିତ୍ୟକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବାରୁ ମଞ୍ଚରେ ଉପସ୍ଥିତ ଥିବା ଆୟୋଜକ ମିହିର ରଞ୍ଜନ ତ୍ରିପାଠୀ ତଥା ଅନ୍ୟାନ୍ୟ ଅତିଥି ସେମାନଙ୍କୁ ଭୁରି ଭୂରି ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS