BREAKING
Loading...
:

ଏସବିଆଇ କେୱାଇସି ଅନଲାଇନ ଲିଙ୍କ୍‌ରେ ୫୦ ହଜାର ଠକେଇ, ଥାନାରେ ମାମଲା

 ଏସବିଆଇ କେୱାଇସି ଅନଲାଇନ ଲିଙ୍କ୍‌ରେ ୫୦ ହଜାର ଠକେଇ, ଥାନାରେ ମାମଲା

ଗୋପାଳପୁର (ମଣିଭଦ୍ରା ଖବର) ଗୋପାଳପୁର ମେନ୍ ରୋଡ଼ରେ ରହୁଥିବା ମୁରଲୀଧର ଗୌଡ଼ ମୋବାଇଲରେ ଆସିଥିବା ଏସବିଆଇ କେୱାଇସି ଅପ୍‌ଡେଟ ଲିଙ୍କ ଜରିଆରେ ୫୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ, ଚଳିତ ମାସ ୭ ତାରିଖ ରାତି ୮ଟା ୨୭ ସମୟରେ ମୁରଲୀଧରଙ୍କ ମୋବାଇଲକୁ ଏସବିଆଇ କେୱାଇସି ଅପ୍‌ଡେଟ ପାଇଁ ଏକ ଲିଙ୍କ ମେସେଜ ଆସିଥିଲା। ମୁରଲୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କେୱାଇସି ଅପ୍‌ଡେଟ ମାଗୁଥିବା ଭାବି ତାହାରି ଉପରେ କ୍ଲିକ୍ କରିଥିଲେ। କ୍ଲିକ୍ କରୁ କରୁ ଏକ ଓଟିପି ଆସିଥିଲେ ମଧ୍ୟ ଓଟିପି ନମ୍ବର ଦେଇନଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟି ଯାଇଥିବା ଜାଣିପାରି ସାଇବର ଠକେଇ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ପରେ ଠକେଇର ଶିକାର ଜାଣିବାକୁ ପାଇଁ ଥିଲେ। ପରେ ୮ ତାରିଖ ଦିନ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶୁକ୍ରବାର ଗୋପାଳପୁର ଥାନାରେ ମଧ୍ୟ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୧୯/୨୫ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS