ମା 'ରାମଚଣ୍ଡୀ କପ କ୍ରିକେଟ ଟୁର୍ନାମେଣ୍ଟ: ଅଟ୍ରି ଫାଇନାଲରେ
ବାଙ୍କୀ, 30l1(ମାନସ ରଞ୍ଜନ ସାହୁ ): ମା ରାମଚଣ୍ଡୀ କ୍ରିକେଟ କ୍ଳବ କୋଡୁଆବେରେଣୀ ଆନୁକୂଲ୍ୟରେ ଚାଲିଥିବା 13ତମ କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ମେଣ୍ଢାଶାଳକୁ 2 ଉଇକେଟରେ ହରାଇ ଅଟ୍ରି ଦଳ ଫାଇନାଲରେ ପ୍ରବେଶ କରିଛି.ଟସ ଜିତି ପ୍ରଥମେ ବ୍ୟାଟିଂ କରି ମେଣ୍ଢାଶାଳ ନିର୍ଧାରିତ 20 ଓଭରରେ 8 ଓ୍ଵିକେଟ ହରାଇ 224 ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ସନ୍ଦୀପ ମିଶ୍ର ସର୍ବାଧିକ 66 ରନ (35 ବଲ୍),ଗିରିଶ ନାୟକ 48 ରନ(24 ବଲ୍) ସଂଗ୍ରହ କରିଥିଲେ. ଅଟ୍ରି ଦଳର ମନୋଜ ବାରିକ ସର୍ବାଧିକ ୩ଟି ସଫଳତା ପାଇଥିଲେ. ଏହାର ଜବାବରେ ଅଟ୍ରି ଦଳ 19.4 ଓଭରରେ 8 ଓ୍ଵିକେଟ ହରାଇ 225 ରନ ବଳରେ ବିଜୟଲାଭ କରି ଫାଇନାଲ ରେ ପ୍ରବେଶ କରିଥିଲା. ଦଳ ପକ୍ଷରୁ ରୀତିକ ମହାନ୍ତି ସର୍ବାଧିକ 59(33ବଲ )ରନ, ସଂଗ୍ରାମ ମାଝୀ 48(21 ବଲ )ରନ ସଂଗ୍ରହ କରିଥିଲେ । ଅଟ୍ରି ଦଳର ସନ୍ଦୀପ ମିଶ୍ର 3. 4 ଓଭର ବୋଲିଂ କରି 55 ରନ ଦେଇ 4ଟି ଉଇକେଟ ଅକ୍ତିଆର କରିଥିଲେ / ମନୋଜ ବାରିକଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମ୍ୟାନ ଅଫଦୀ ମ୍ୟାଚ ପୁରସ୍କୃତ ହୋଇଥିଲେ. ଆଜିର ମ୍ୟାଚ କୁ ମନୋଜ କୁମାର ମହାପାତ୍ର ଏବଂ କବୀନ୍ଦ୍ର ନାୟକ ପରିଚାଳନା କରିଥଲେ । ଆସନ୍ତା କାଲି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ଭାଲିଆବାଡ଼ି ଏବଂ ମଞ୍ଚେଶ୍ଵର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ବିଜୟାନନ୍ଦ ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ
Post a Comment