*ମା' ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ଦ୍ୱାରା ଅଲମ୍ପିକ ପଦକ ବିଜେତା କ୍ରୀଡ଼ାବିତ ଦୂତ୍ତି ଚାନ୍ଦ ଙ୍କୁ ଭଵ୍ୟ ସମ୍ବର୍ଦ୍ଧନା ।।*
ଛତ୍ରପୁର, ( ମଣିଭଦ୍ରା ଖବର ) ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କ ଅନୁରୋଧ ରକ୍ଷାକରି ଭାରତର କ୍ରୀଡା ଜଗତର ପ୍ରତିଭା ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅନ୍ତର୍ଜାତୀୟ ଧାବିକା *ଦୂତ୍ତି ଚାନ୍ଦ* ମାଁ ରାମଚଣ୍ଡୀ ପୀଠକୁ ମାଁ ଙ୍କ ଦର୍ଶନ କରିବାକୁ ଆସି ମା'ଙ୍କ ଆଶିଷ ଲାଭ କରିଥିଲେ l ଏହି ଅବସରରେ ତାଙ୍କୁ ମା' ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ମାଁ ରାମଚଣ୍ଡୀ ଙ୍କ ପଟଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ,ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ ସଭାପତି ଶ୍ରୀ ଅଜୟ ନାୟକ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l ସେ ମନ୍ଦିର ପରିସର ବୁଲି ଦେଖିବା ସହ ଟ୍ରଷ୍ଟ ଓ କମିଟି ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ l
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق