BREAKING
Loading...
:

କଳିଙ୍ଗ ମହୋତ୍ସବ ଉଦଘାଟିତ , ନୃତ୍ୟ ମୂଖ୍ୟ ଆକର୍ଷଣ

 କଳିଙ୍ଗ ମହୋତ୍ସବ ଉଦଘାଟିତ , ନୃତ୍ୟ ମୂଖ୍ୟ ଆକର୍ଷଣ                    

   ବ୍ରହ୍ମପୁର (ମଣିଭଦ୍ରା ଖବର) ସରକାରୀ ଆଇଟିଆଇ ପ୍ରେକ୍ଷାଳୟ ରେ ଦୁଇ ଦିନିଆ କଳିଙ୍ଗ ମହୋତ୍ସବ ମଙ୍ଗଳବାର  ଉଦଘାଟିତ ହୋଇ ଯାଇଛି l ଅଭିଷେକ କ୍ରିଏସନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ଖଣି ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଉଦଘାଟନ କରିବା ସହ ଅତୀତ ର କଳା ସଂସ୍କୃତି, ଐତିହ୍ୟ କୁ ପୁନଃର୍ଜୀବିତ କରିବା କ୍ଷେତ୍ରରେ ଏପରି ପ୍ରୟାସ କୁ ସେ ପ୍ରସଂଶା କରି  ଏହା ଜାରି ରଖିବାକୁ ପରାମର୍ଶ ଦେଇଥିଲେ l ଅଭିଷେକ କ୍ରିଏସନ ର ଅଧ୍ୟକ୍ଷ ପ୍ରକାଶ ପଟନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ମହୋତ୍ସବ ର ପ୍ରଥମ ଅର୍ଘ୍ୟ ରେ ଅନ୍ୟତମ ଅତିଥି ରୁପେ କାହ୍ନୁ ଚରଣ ପତି, ନାଟ୍ୟକାର ମେଜର ରମା ରମଣ ପାଢ଼ୀ, ପ୍ରସନ୍ନ ପାଢ଼ୀ, ନିର୍ମଳ ସାହୁ , ଇଞ୍ଜିନିୟର ଯାମିନି କାନ୍ତ ଦାସ, ପ୍ରମୁଖ ଅତିଥି ରୁପେ ଯୋଗଦାନ କରିଥିଲେ l ମହୋତ୍ସବ କମିଟି ର ସଂଯୋଜକ ସୁଦିପ ସାହୁ, ଉଷାରାଣୀ ମହାପାତ୍ର ଙ୍କ ପରିଚାଳନା ରେ ବହୁ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ଓଡିଶୀ,ରଣପ୍ପା, ଢୋଲିଆ, ଦଣ୍ଡ ନାଚ, ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ଅନିଲ ପାତ୍ର, କେଦାର ଚୌଧୁରୀ,ସନ୍ୟାସୀ ମହାରଣା, ରଞ୍ଜନା ମିଶ୍ର, କାର୍ତ୍ତିକ ପାଣିଗ୍ରାହୀ, ମାନସ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ l

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS