BREAKING
Loading...
:

ଗଣିଆ ଲଙ୍କା ପୋଡ଼ି ଯାତ୍ରା ପ୍ରସ୍ତୁତି ବୈଠକ ଏବଂ ନୂତନ ପରିଚାଳନା କମିଟି ଗଠିତ

 ଗଣିଆ ଲଙ୍କା ପୋଡ଼ି ଯାତ୍ରା ପ୍ରସ୍ତୁତି ବୈଠକ ଏବଂ ନୂତନ ପରିଚାଳନା କମିଟି ଗଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ଲଙ୍କା ପୋଡ଼ି ଯାତ୍ରାର ପ୍ରସ୍ତୁତି ବୈଠକ ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଯାତ୍ରା ପରିଚାଳନା ପାଇଁ  ସର୍ବସମ୍ମତିକ୍ରମେ ଏକ ନୂତନ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ଗଣିଆ ତଳ ବଜାରର ବିଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଅଶୋକ କୁମାର ବେହେରା,ସମ୍ପାଦକ ଭାବରେ ଅଜୟ କୁମାର ଲେଙ୍କା, ସହ ସମ୍ପାଦକ ବିଶ୍ବରଞ୍ଜନ ସେଠୀ, କୋଷାଧ୍ୟକ୍ଷ ଭାବେ ସୁନିଲ କୁମାର ସାହୁ ଏବଂ କିଶୋର ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ସଭ୍ୟ ଭାବରେ , ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ,ଦେବୀ ପ୍ରସାଦ ଦାଶ,ପ୍ରଶନ୍ନ କୁମାର ସାହୁ ମନୋନୀତ କରାଯାଇଥିଲା । ସମସ୍ତେ ଏକତ୍ରିତ ହୋଇ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେବ ସେ ନେଇ ସହଯୋଗ କରିବାକୁ ନୂତନ ସଭାପତି ନିବେଦନ କରିଥିଲେ । ଏପରିକି  ଲଙ୍କା ପୋଡ଼ି ଯାତ୍ରା ପରେ ପରେ ଗଣିଆରେ ମହୋତ୍ସବ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଆପାତତଃ ଏପ୍ରିଲ ମାସ ୨୯ ତାରିଖ ମଙ୍ଗଳବାର ଲଙ୍କା ପୋଡ଼ି ଯାତ୍ରା ତଥା ରାବଣବଧ ହେବା ପାଇଁ ଆଲୋଚନା କରାଯାଇଥିବା ବେଳେ ପରବର୍ତ୍ତୀ ମୁହୁର୍ତ୍ତରେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବା ପରେ ସ୍ଥିର ହେବ ବୋଲି ନିଷ୍ପତି ହୋଇଥିଲା । ଲଙ୍କା ପୋଡ଼ି ଯାତ୍ରାର ପ୍ରଚାର ପ୍ରସାର ପାଇଁ  କମିଟିର ମୁଖ୍ୟ ଭାବେ ମଣିଭଦ୍ରା ଖବରର ମୁଖ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାଶ, ପ୍ରମେୟ ପ୍ରତିନିଧି ସୁରେଶ କୁମାର ସାହୁ, ପ୍ରଗତିବାଦୀ ପ୍ରତିନିଧି ବିଶ୍ବ ରଞ୍ଜନ ସେଠୀ,ହିରାଞ୍ଚଳ ପ୍ରତିନିଧି ସରୋଜ କୁମାର ଦାଶ, ସମ୍ବାଦ ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ ଏବଂ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ବେହେରାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା । ଗଣିଆରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ କିଭଳି ପ୍ରଚାର ପ୍ରସାର ତ୍ବରାନ୍ବିତ ହେବ ସେଥିପାଇଁ ଉପରୋକ୍ତ ୬ ଜଣ ଚେଷ୍ଟା କରିବେ ବୋଲି ସଭାରେ ସ୍ଥିର କରାଯାଇଥିଲା । ଆଗାମୀ ବୈଠକରେ ନୂତନ ପରିଚାଳନା କମିଟି ବୈଠକରେ ଯାତ୍ରା ସମ୍ବନ୍ଧୀୟ ସମସ୍ତ ଆଲୋଚନା ହେବ ବୋଲି ସଭାପତି ସୂଚନା ପ୍ରଦାନ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment

Previous Post Next Post
Header ADS