BREAKING
Loading...
:

କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି

 କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି

କାଲିଠାରୁ ରାସ୍ତାରେ ଚାଲିପାରିବନି ବୀମା ନ ଥିବା ଗାଡ଼ି । ରାସ୍ତାରେ ବୀମା ନଥିବା ଗାଡ଼ି ଗଡିଲେ ଏଥର କଟିବ ଚାଲାଣ । ଇ-ଡ଼ିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ ।,ପ୍ରଥମ ଥର ଧରା ପଡ଼ିଲେ ୧ ହଜାର ଟଙ୍କା ଜରିମାନା ସ୍ଥିର କରାଯାଇଥିବା ବେଳେ ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସର ଜେଲ ।


ଉଭୟ ଦଣ୍ଡ ମିଳିବାର ପ୍ରାବଧାନ ମଧ୍ୟ ସ୍ଥିର କରାଯାଇଛି । ବୀମା ନଥିଲେ ଗାଡ଼ି ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି ଏସଟିଏ ।


ସୂଚନା ଯୋଗ୍ୟ ସରକାର ଫାସଟ୍ୟାଗ୍, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ଲାଇସେନ୍ସ ପରି ଗାଡ଼ିର ବୀମାପ୍ରମାଣ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହି ନିୟମକୁ କଲିଠୁ କଡ଼ାକଡ଼ି କରାଯିବ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS