BREAKING
Loading...
:

ଆପଣ ବଜାରକୁ ଗଲେ କାଚ ଗ୍ଲାସ୍‌ ବଦଳରେ ପେପର୍‌ କପ୍‌ରେ ଚା’ ଓ କଫି ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

 


*ଆପଣ ବଜାରକୁ ଗଲେ କାଚ ଗ୍ଲାସ୍‌ ବଦଳରେ ପେପର୍‌ କପ୍‌ରେ ଚା’ ଓ କଫି ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ! ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ପେପର୍‌ କପରେ ଚା' କିମ୍ବା କଫି ପିଇବା ଧୀରେଧୀରେ ବିଷ ପିଇବା ପରି ସମାନ ହୋଇଥାଏ।*

*ପେପର୍‌ କପ୍‌ରେ ଚା' ଏବଂ କଫି ପିଇବା ବିପଜ୍ଜନକ ଅଟେ। ସାଧାରଣତଃ ପେପର୍‌ କପ୍‌ରେ କୌଣସି ତରଳ ପଦାର୍ଥ ରହିନଥାଏ। କପ୍‌ର ଭିତରସ୍ତରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଏବଂ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ, ଯାହାକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଏ। ଏହି ମାଇକ୍ରୋପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ସେହି କପ୍‌ରେ ଚା’ କିମ୍ବା ଅନ୍ୟ ଗରମ ପାନୀୟ ପିଇଲେ ତାହା ବିଷାକ୍ତ ପ୍ଲାଷ୍ଟିକ ସହ ମିଶି ଯାଇଥାଏ। ଏହି କାରଣରୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ ରହିଥାଏ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS