ମା 'ରାମଚଣ୍ଡୀ କ୍ରିକେଟ ଟୁର୍ନାମେଣ୍ଟ:ମଞ୍ଚେଶ୍ୱର ସେମିରେ
ବାଙ୍କୀ (ମାନସ ରଞ୍ଜନ ସାହୁ ): ଆୟୋଜକ ମା 'ରାମଚଣ୍ଡୀ କ୍ରିକେଟ କ୍ଳବ କୋଦୁଅବେରେଣୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା 13ତମ କ୍ରିକେଟ ଟୁର୍ନାମେଣ୍ଟ ର ଚତୁର୍ଥ ଦିବସ ମ୍ୟାଚରେ କୁମାରବସ୍ତକୁ 5ଉଇକେଟ ରେ ହରାଇମଞ୍ଚେଶ୍ୱର ଶ ଭୁବନେଶ୍ୱର ସେମି ଫାଇନାଲ ରେ ପ୍ରବେଶ କରିଛି. ଟସ ଜିତି ପ୍ରଥମେ ବ୍ୟାଟିଂ କରି ରାଇଜିଂଷ୍ଟାର କୁମାରବସ୍ତ ନିର୍ଧାରିତ 20 ଓଭରରେ 5 ଉଇକେଟ ହରାଇ 277 ରନର ବିଶାଳ ସ୍କୋର ସଂଗ୍ରହ କରିଥିଲା. ଦଳ ପକ୍ଷରୁ ବିକାଶ ସାହୁ ସର୍ବାଧିକ 96 ରନ (42),ଆଇ ଏସ ଗିରି 79(40)ରନ ସଂଗ୍ରହ କରିଥିଲେ. ମଞ୍ଚେଶ୍ୱର ଦଳର ଏସ କେ ସଲମାନ 4ଓଭରରେ 73 ରନ ଦେଇ 4ଟି ସଫଳତା,ଦିବ୍ୟରଞ୍ଜନ ସାହୁ 4 ଓଭର ବୋଲିଂ କରି 40 ରନ ଦେଇ 2 ଟି ଉଇକେଟ ଅକ୍ତିଆର କରିଥିଲେ l ଏହାର ଜବାବରେ ମଞ୍ଚେଶ୍ୱର ଦଳ 20 ଓଭରରେ 7 ଉଇକେଟ ହରାଇ 280 ରନ କରି ବିଜୟୀ ହୋଇଥିଲା. ଦଳ ପକ୍ଷରୁ ସୂର୍ଯ୍ୟକାନ୍ତ ବଡ଼ଜେନା ସର୍ବାଧିକ 85 (35),ଏସ କେ ସଲମାନ 73(31)ରନ ସଂଗ୍ରହ କରିଥିଲେ. ପ୍ରତୀପକ୍ଷ କୁମାରବସ୍ତ ଦଳର ଦିବ୍ୟରଞ୍ଜନ ସାହୁ 4ଓଭର ବୋଲିଂ କରି 40ରନ ଦେଇ 2ଟି ସଫଳତା ପାଇଥିଲେ. ଅଲ୍ରାଉଣ୍ଡର ସଫଳତା ପାଇଁ ଏସ କେ ସଲମାନ ମ୍ୟାନ ଅଫଦୀ ମ୍ୟାଚ ପୁରସ୍କୃତ ହୋଇଥିଲେ. ଆଜିର ମ୍ୟାଚ କୁ ବିନୟ ପାଇକରାୟ ଏବଂ ମନୋଜ ମହାପାତ୍ର ପରିଚାଳନା କରିଥିଲା ବେଳେ ସୁଦର୍ଶନ ପ୍ରଧାନ, ପୁର୍ଣଚନ୍ଦ୍ର ମୁଦୁଲି ଘୋଷକ ଥିଲେ . ବୋଲଗଡ ବ୍ଲକ ବିଡ଼ିଓ ଶରତ କୁମାର ମଲ୍ଲିକ, ସମାଜସେବୀ ମାନସ ରଞ୍ଜନ ବେହେରା ଅତିଥି ଭାବେ ଯୋଗଦେଥିଲେ. ଆସନ୍ତା କାଲିର ପ୍ରଥମ ସେମିଫାଇନାଲ ମ୍ୟାଚ ମେଣ୍ଢାଶାଲ ବନାମ ଅଟ୍ରି ମଧ୍ୟରେଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ବିଜୟାନନ୍ଦ ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ
Post a Comment