BREAKING
Loading...
:

ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଇ-ରିକ୍ସା ବଣ୍ଟନ

 ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ  ଇ-ରିକ୍ସା  ବଣ୍ଟନ

ଭଞ୍ଜନଗର(ମଣିଭଦ୍ରା ଖବର):-ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ତା ୧୫.୦୧.୨୦୨୫ ରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ୟାଳୟ ଠାରେ ଉପ ଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ  ଭଞ୍ଜନଗର ଉପଖଣ୍ଡର ପ୍ରତେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାର ଚୟନ ହୋଇଥିବା ଭିନ୍ନକ୍ଷମ ଭାଇ ଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା  ବଣ୍ଟନ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସଂମାନିତ ଅତିଥି ଭାବେ  ଭଞ୍ଜନଗର ଉପ ଜିଲପାଳ ଶ୍ରୀ ଅନିଲ କୁମାର ସେଠୀ , ଭଞ୍ଜନଗର ଅତିରିକ୍ତ ଉପ ଜିଲପାଳ , ବିଶ୍ଵରଞ୍ଜନ କର ,ଯୋଗ ଦେଇଥିଲେ  ।  ମୁଖ୍ୟ ଅତିଥି ମାନ୍ୟବର ବିଧାୟକ  ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ କୁମାର ନାୟକ  ଭିନ୍ନକ୍ଷମ ଭାଇ ଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା  ବଣ୍ଟନ କରିଥିଲେ । ଏଥିରେ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ନିଜେ ଆଥିକ ସ୍ଵ।ବଲମ୍ବୀ ହୋଇପାରିବେ ବୋଲି ବିଧାୟକ ପରିପ୍ରକାଶ କରିଥିଲେ । ଏଥିରେ ଭଞ୍ଜନଗର ଉପ ଖଣ୍ଡର ୭ଟି ବ୍ଲକ ଯଥା  ଭଞ୍ଜନଗର , ଜଗନ୍ନାଥପ୍ରସାଦ , ବେଲଗୁଣ୍ଠା,ସୋରଡା , ଆସିକା , ଧରାକୋଟ, ବୁଗୁଡା  ଯଥା  ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର , ବେଲଗୁଣ୍ଠା,ସୋରଡା, ଆସିକା ଓ ବୁଗୁଡାର  ହିତାଧିକାରୀଙ୍କୁ ୧୨ ଜଣଙ୍କୁ ୧୨ଟି ଇ-ରିକ୍ସା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଓ ଶବର , ଭଞ୍ଜନଗର   ଉପ ଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରି ଶଙ୍କର ଶତପଥୀ ଏବଂ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ  ସାମାଜିକ ସୁରକ୍ଷା ବିଭାଗ  କର୍ମଚାରୀ ଶ୍ରୀ ମୁକେଶ ଡାକୂଆ ଓ ଭାରତୀ ବିଶୋଈ ସହଯୋଗ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS